ବିଜେଡି ସରକାର ବିଏସକେୱାଇ ଲୁଟର ଆଉ ଜଣେ ମୋହରା ହେଉଛନ୍ତି ବାଲେଶ୍ବର ବାହାନଗା ବ୍ଲକ ବିଷ୍ଣୁପୁର ଗାଁର ବବିତା ଦାସ। ବିଷ୍ଣୁପୁର ପଂଚାୟତ ପକ୍ଷରୁ ପ୍ରକାଶିତ ଆମ ପଞ୍ଚାୟତ ବିକାଶ ବହିରେ ଛପା ଯାଇଥିବା ଏହି ମିଛ କାହାଣୀ ତାର ବଡ଼ ପ୍ରମାଣ। ବିଏସକେୱାଇ କାର୍ଡରେ ସମ୍ ହସପିଟାଲରେ ବବିତାଙ୍କର ମାଗଣା ଷ୍ଟୋନ ଆପରେସନ କରାଯାଇଥିବା ନେଇ ପ୍ରଚାର କରାଯାଉଛି। ଏହି ମିଛକୁ ଧରିଛନ୍ତି ନିଜେ ବବିତା । ଏଭଳି ମିଛ ପ୍ରଚାର ତାଙ୍କର ସମ୍ମାନହାନୀ କରିଥିବା କହିଛନ୍ତି ବବିତା ଦାସ।
ବିଏସକେୱାଇ ନାଁରେ ଲୁଟର କାହାଣୀ ଏଇଠି ସରୁନି। ସରକାରୀ ଅର୍ଥ ଲୁଟିବା ପାଇଁ ଗଞ୍ଜାମ ପୁରୁଷୋତ୍ତମପୁର ବ୍ଲକ ଚାଙ୍ଗୁଡ଼ିଆପଦର ନୂଆଗାଁର ସରସ୍ବତୀ ସେଠୀଙ୍କୁ ରୋଗୀ ସଜାଇ ଦେଲେ ରାଜ୍ୟ ସରକାର। ଆମ ପଞ୍ଚାୟତ ବିକାଶ ବୁକଲେଟରେ ଛପା ଯାଇଛି ବ୍ରହ୍ମପୁରର ଘରୋଇ ହସପିଟାଲରେ ସରସ୍ବତୀଙ୍କର ମାଗଣା ଅସ୍ତ୍ରୋପଚାର ହୋଇଛି। ଏ ମିଛ ପ୍ରଚାରକୁ ନେଇ ଖପ୍ପା ସରସ୍ବତୀ। ବିଜେପି ମଧ୍ୟ ସାମ୍ବାଦିକ ସମ୍ମିଳନୀ କରି ଏନେଇ ଘେରିଛି ରାଜ୍ୟ ସରକାରଙ୍କୁ।
ପୂର୍ବରୁ ବି ବିଏସକେୱାଇ ନାଁ ମିଛ ପ୍ରଚାର ବହୁ ଉଦାହରଣ ଆପଣଙ୍କୁ ଦେଖାଇସାରିଛୁ। ସରକାରୀ ଅର୍ଥ ଲୁଟର ବଢିଆ ତରିକା ପାଲଟିଛି ଏହି ବିଏସକେୱାଇ କାର୍ଡ। ହସପିଟାଲ ଓ ଦଦାଲଙ୍କ ମିଲିଭଗତରେ ସୁସ୍ଥ ଲୋକଙ୍କୁ ରୋଗୀ ଦର୍ଶାଇ ହେଉଛି ବିଏସକେୱାଇ ଅର୍ଥ ହଡପ୍ । ଏଥିରେ ନେତା ଓ ଅଫିସରଙ୍କ ପକେଟ ହେଉଛି ଗରମ।
ଅଧିକ ପଢ଼ନ୍ତୁ ଓଡିଶା ଖବର: