ପୋଲିସ ବିଭାଗ ଦ୍ୱାରା ଅନେକ ସମୟରେ ବହୁ ପରିମାଣର ଗଞ୍ଜେଇ ଜବତ ହୋଇଥାଏ l ଆଉ ଜବତ ଗଞ୍ଜେଇ ଗୁଡିକ ବିଭିନ୍ନ ଥାନା ଇଲାକାର ଅନେକ ସ୍ଥାନ ମାଡି ବସିଥାଏ l ସେହି ଜବତ ଗଞ୍ଜେଇ ଗୁଡିକୁ ପୋଡି ନଷ୍ଟ କରିବା ପାଇଁ ଗଞ୍ଜାମ ପୋଲିସ ବିଭାଗର କାର୍ଯ୍ୟ ଜାରି ରହିଛି l
ବୌଦ୍ଧରୁ ବିହାର ଚାଲାଣ ହେଉଥିଲା ଗଞ୍ଜେଇ
ଶେରଗଡ଼ ଥାନା ଅରଖପଦା ଚିମିନି ଭାଟିରେ ଆଜି ସୁଦ୍ଧା ଲକ୍ଷ ଲକ୍ଷ କିଲୋ ଗଞ୍ଜେଇ ପୋଡା ଯାଉଛି l
ଶେରଗଡ଼ ଥାନା ଅରଖପଦା ଗାଁ ର ଖୋଲ ପାହାଡ଼ ନିକଟରେ ରହିଛି ଚିମିନି ଭାଟି l ଯେଉଁ ଚିମିନି ଭାଟିରେ ଗତ ତିନି ମାସ ହେବ କ୍ରମାଗତ ଭାବେ ଗଞ୍ଜାମ, ବ୍ରହ୍ମପୁର ପୋଲିସ ଜିଲ୍ଲାର 39 ଟି ଥାନା ସମେତ ପ୍ରାୟତଃ ଦକ୍ଷିଣ ଓଡିଶାର ସମସ୍ତ ଜିଲ୍ଲାର ଥାନା ଗୁଡିକରେ ଜବତ ହେଉଥିବା ଗଂଜେଇ ଗୁଡିକୁ ଏଠି ପୋଡି ନଷ୍ଟ କରାଯାଏ l
ଏହି ଗଞ୍ଜେଇ ପୋଡା ଅଭିଯାନ ଗଲା ଅନେକ ମାସ ହେଲା ଚାଲୁ ରହିଥିବା ଜଣାପଡିଛି l ଅନ୍ୟପଟେ ଏଭଳି ବେଆଇନ କାର୍ଯ୍ୟରୁ ନିବୃତ ରହିବା ପାଇଁ ଗଞ୍ଜାମ ଏସପି ନିବେଦନ କରିଛନ୍ତି l
୨୦କ୍ଵିଣ୍ଟାଲ ୫କେଜି ୭୦୦ଗ୍ରାମର ଗଞ୍ଜେଇ ଜବତ