କିଛି ଦିନ ପୂର୍ବରୁ କୋଟପାଡ଼ ଏନଏସିରେ କିଛି ସାଇକେଲ ଚୋରି ହୋଇଥିବା ଅଭିଯୋଗ କୋଟପାଡ଼ ପୋଲିସ ଥାନାରେ ଆସିଥିଲା । ତେବେ କିଏ ଚୋରି କରୁଛି ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ l
ଅଧିକ ପଢନ୍ତୁ ଓଡ଼ିଶା ଖବର
କୋରାପୁଟ: ସାବଧାନ କୋଟପାଡ଼ ଏନଏସିରେ ମାତିଛନ୍ତି ସାଇକେଲ ଚୋର। କୋଟପାଡ଼ ପୋଲିସକୁ ମିଳିଲା ସାଇକେଲ ଚୋରି କରୁଥିବା ସମୟର cctv ଫୁଟେଜ।
କିଛି ଦିନ ପୂର୍ବରୁ କୋଟପାଡ଼ ଏନଏସିରେ କିଛି ସାଇକେଲ ଚୋରି ହୋଇଥିବା ଅଭିଯୋଗ କୋଟପାଡ଼ ପୋଲିସ ଥାନାରେ ଆସିଥିଲା । ତେବେ କିଏ ଚୋରି କରୁଛି ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ l
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ:3 ଗ୍ରାମର ବିଷାକ୍ତ ଆଇସକ୍ରିମ ଖାଇ ଅନେକ ମହିଳା ଓ ଶିଶୁ ଝାଡ଼ାବାନ୍ତିରେ ଆକ୍ରାନ୍ତ। ବଦଳିଗୁଡା,ଘାଟଗୁଡ଼ା ଓ ଦୁଧାରୀ ଗ୍ରାମର ଘଟିଛି ଘଟଣା। ସୁନାବେଡା ଓ ମାଥାଲପୁଟ ମେଡିକାଲ୍ ରେ 50 ରୁ ଅଧିକ ଭର୍ତି। ପୋଟାଙ୍ଗିବିଧାୟକ ପିତମ୍ ପାଡି ସକାଳ 4.30 ରେ ସୁନାବେଡା NAC କମ୍ୟୁନିଟି ମେଡିକାଲ୍ ଏବଂ ମାଥାଲପୁଟ CHC ମେଡ଼ିକାଲ୍ ରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।
ସେମିଲିଗୁଡା ବ୍ଲକର ଦୁଧାରୀ ଗ୍ରାମପଞ୍ଚାୟତ ଅଧୀନରେ ଥିବା ତିନିଟି ଗ୍ରାମରେ ଖାଦ୍ୟ ବିଷାକ୍ତ ଘଟଣାରେ ପ୍ରାୟ 77 ଜଣ ବ୍ୟକ୍ତି ଖାଦ୍ୟ ବିଷାକ୍ତ ହେତୁ ପ୍ରଭାବିତ ହୋଇଥିଲେ ଏବଂ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତିନିଗ୍ରାମ ଦୁଧାରୀ,ଘାଟଗୁଡା ଏବଂ ବାଦଲିଗୁଡା।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ବା ସ୍ନାନଯାତ୍ରା। ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ପାଳନ ହୁଏ ଦେବସ୍ନାନ ପୂର୍ଣ୍ଣିମା। ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତି ଜଳ ସ୍ନାନ କରିବେ।ଏହି ଅନନ୍ୟ ପରମ୍ପରା ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ ଭାବବିହ୍ୱଳ କରିଦିଏ। ପାରମ୍ପରିକ ରୀତିରେ ୧୦୮ କଳସୀ ଜଳରେ ସ୍ନାନ କରନ୍ତି ଚତୁର୍ଦ୍ଧା ମୂର୍ତ୍ତି। ଦିଅଁମାନଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଏ । ବର୍ଷରେ ଥରୁଟିଏ ଶ୍ରୀ ଜଗନ୍ନାଥ ଭାଇଭଉଣୀଙ୍କ ସହିତ ଜଳସ୍ନାନ କରନ୍ତି। ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦଇତାମାନେ ପହଣ୍ଡି କରାନ୍ତି।ସାତ ପାହଚ ଉପରେ ଠାକୁରମାନେ ଚୂଳ ଓ ଟାହିଆ ଲାଗି ହେବ। ଟାହିଆ ଲାଗି ହେବାପରେ ଦ୍ୱିତୀୟ ମଙ୍ଗଳାର୍ପଣ ହୁଏ।
ରାଘବ ଦାସ ମଠରୁ ଆସିଥିବା ଘଷା ଲାଗି କରାଯାଏ।ପନ୍ତି ଖାଇ ଠାକୁରମାନେ ସ୍ନାନବେଦୀରେ ଅବସ୍ଥାନ କରନ୍ତି। ଗରାବଡୁ ସୁବର୍ଣ୍ଣକଳସ ଧରି ସୁନାକୂଅରୁ ଜଳ ଆଣନ୍ତି। ମହାପ୍ରଭୁ ଜଗନ୍ନାଥଙ୍କୁ ୩୫ ଗରା ଜଳରେ ସ୍ନାନ କରାଯାଏ। ବଡଭାଇ ଶ୍ରୀ ବଳଦେବଙ୍କୁ ୩୩ ଗରା ଜଳରେ ସ୍ନାନ କରାଯାଏ।୨୨ ଗରା ଜଳରେ ଦେବୀ ସୁଭଦ୍ରାଙ୍କୁ ସ୍ନାନ କରାଯାଏ। ୧୮ ଗରା ଜଳରେ ଶ୍ରୀ ସୁଦର୍ଶନଙ୍କୁ ସ୍ନାନ କରାଯାଏ। ସ୍ନାନ ପରେ ଠାକରଙ୍କୁ ଜ୍ବର ହୋଇଥାଏ। ମହାପ୍ରଭୁଙ୍କ ମାନବୀୟ ଲୀଳାର ଇଏ ଆଉ ଏକ ନିଦର୍ଶନ। ଏଇଠୁ ଚତୁର୍ଦ୍ଧାମୂରତି ଯିବେ ଅଣସର ଘର। ଅଣସର ଗୃହରେ ଠାକୁରମାନେ ୧୫ ଦିନ ଅବସ୍ଥାନ କରନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: FIH ପ୍ରୋ ହକି ଲିଗ୍ । ପେନାଲ୍ଟି ସୁଟଆଉଟରେ ବ୍ରିଟେନକୁ 4-2ରେ ହରାଇଲା ଭାରତ । ଏହି ବିଜୟ ସହ ପଏଣ୍ଟ ଟେବୁଲରେ ଦ୍ବିତୀୟ ସ୍ଥାନରେ ରହିଛି ଟିମ୍ ଇଣ୍ଡିଆ । ତେବେ ନିର୍ଦ୍ଧାରିତ ସମୟରେ ଉଭୟ ଟିମ୍ 4-4 ଗୋଲ କରିଥିଲେ । ଭାରତ ପକ୍ଷରୁ ହରମନପ୍ରୀତ ସିଂ, ମନଦୀପ ସିଂ ସୁଖଜିତ ଓ ଅଭିଷେକ ଗୋଟିଏ ଲେଖାଁଏ ଗୋଲ କରିଥିଲେ । ସେହିପରି ବ୍ରିଟେନ ପକ୍ଷରୁ ଓ୍ବାର୍ଡ୍ ସାମ 4ଟି ଗୋଲ କରିଥିଲେ ।
ତେବେ ମ୍ୟାଚ୍ ପୂର୍ବରୁ ବାଲେଶ୍ବର ଟ୍ରେନ ଟ୍ରାଜେଡିରେ ପ୍ରାଣ ହରାଇଥିବା ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ନିରବ ପ୍ରାର୍ଥନା ସହ କଳା ବ୍ୟାଚ୍ ପିନ୍ଧିଥିଲେ ଭାରତୀୟ ହକି ଦଳର ଖେଳାଳି ।
ଅଧିକ ପଢ଼ନ୍ତୁ ଖେଳ ଖବର