ସେପଟେ ଆଜି ଛେଣ୍ଡିପଦା ଓ ଆଠମଲ୍ଲିକର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଲ୍ଡ ବୟେଜ ଆସୋସିଏସନର ପ୍ଲାଟିନମ ଜୁବୁଲିରେ ଯୋଗ ଦେବେ । ଏହାପରେ ଅପରାହ୍ନରେ ଆଠମଲ୍ଲିକରେ ଦାରୁ ବିଗ୍ରହ ସ୍ଥାପନ ମହୋତ୍ସବରେ ମଧ୍ୟ କରିବେ ଯୋଗଦାନ କରିବେ କେନ୍ଦ୍ରମନ୍ତ୍ରୀ ।
ଛେଣ୍ଡିପଦା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ ଜୁବଲିରେ ଯୋଗ ଦେବେ ଉଭୟ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟପାଳ ରଘୁବର ଦାସ । ଏହି କାର୍ଯ୍ୟକ୍ରମର ସମାପ୍ତି ପରେ ଆଜି ଅପରାହ୍ନରେ ଆଠମଲ୍ଲିକ ସ୍ଥିତ ଆମ୍ବସରମୁଣ୍ଡାରେ ଜଂଘା ବଳଦେବଙ୍କ ମନ୍ଦିର ପ୍ରତିଷ୍ଠା ଓ ଦାରୁ ବିଗ୍ରହ ସ୍ଥାପନ ଉତ୍ସବରେ ଯୋଗଦେବେ ।
ଆହୁରି ପଢନ୍ତୁ ଓଡିଶା ଖବର...