ଗୋଟିଏ ପଟେ ଜମାକାରୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ସରକାର, ସ୍ବଚ୍ଛତାର କଥା କହୁଛି ବିଜୁ ଜନତା ଦଳ, ଆଉ ସେହି ଦଳର ଲିଗାଲ୍ ସେଲ୍ ମୁଖ୍ୟ ଓକିଲାତି କରୁଛନ୍ତି ଚିଟଫଣ୍ଡ ଲୁଟେରାଙ୍କ ପାଇଁ । ଗରିବ ଜମାକାରୀଙ୍କୁ ଧୋକ୍କା ଦେଇଥିବା ଠକଙ୍କ ପାଇଁ । ସେପଟେ ରାଜ୍ୟ ସରକାର ଧୋକ୍କା ଦେଇଛନ୍ତି ଚିଟଫଣ୍ଡ ଜମାକାରୀଙ୍କୁ । ସରକାରଙ୍କ ପକ୍ଷରୁ କ୍ଷତିଗ୍ରସ୍ତ ଜମାକାରୀଙ୍କ ପାଇଁ 300 କୋଟି ଟଙ୍କାର କର୍ପସ ଫଣ୍ଡ ପ୍ରସ୍ତୁତ କରାଯାଇଥିଲା । ଚିଟଫଣ୍ଡ କମିଶନ ବି ହେଲା । ହେଲେ ରାଜକୋଷରୁ 5 କୋଟି ଟଙ୍କା ଖର୍ଚ୍ଚ ହୋଇ ସାରିଥିବା ବେଳେ ଗଲା 5 ବର୍ଷ ମଧ୍ୟରେ କ୍ଷତିଗ୍ରସ୍ତ ଜମାକାରୀ ଫେରି ପାଇଛନ୍ତି ମାତ୍ର 8 କୋଟି ଟଙ୍କା । ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ବି ଜମାକାରୀ ଟଙ୍କା ନ ପାଇବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।
ବିଜୁ ଜନତା ଦଳ ଦେଖୁଛି ନା ନାହିଁ, ଜମାକାରୀଙ୍କୁ ତ ଠକିଲ, ଏବେ ଠକଙ୍କୁ ବି ଖସାଇବା ପାଇଁ ବିଜେଡି ଲିଗାଲ୍ ସେଲ୍ ମୁଖ୍ୟ କରୁଛନ୍ତି ଓକିଲାତି, ଅର୍ଥାତ ଡାହାଣୀ ହୋଇ ଲାଗିବ ଗୁଣିଆ ହୋଇ ଝାଡିବ। ସେପଟେ ପୂର୍ବରୁ ବି ବିବାଦ ଘେରକୁ ଆସିଥିଲେ ମିଲନ । 2018ରେ ସେ ବାର ଆସୋସିଏସନରୁ ସସପେଣ୍ଡ ହୋଇଥିଲେ । ଓକିଲଙ୍କ ଆନ୍ଦୋଳନକୁ ଦୁର୍ବଳ କରିବାକୁ ଷଡଯନ୍ତ୍ର କରୁଥିବା ଅଭିଯୋଗରେ ତାଙ୍କୁ ସସପେଣ୍ଡ କରାଯାଇଥିଲା ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।