ବିଶେଷ କରି ମାଲକାନଗିରି ଜିଲ୍ଲାର କ୍ଷୁଦ୍ର ଚାଷୀ ଏବେ ଚିନ୍ତାରେ । ଛତିଶଗଡର ଦଲାଲମାନେ ମାଲକାନଗିର ଚାଷୀଙ୍କଠୁ ଶସ୍ତାରେ ଧାନ କିଣି ନେଇ ନିଜ ରାଜ୍ୟରେ ବିକ୍ରି କରି ହେଉଛନ୍ତି ମାଲେମାଲ । ରାଜ୍ୟ ସରକାର ନିରବ ଦ୍ରଷ୍ଟା ସାଜିଥିବାବେଳେ ଅଯଥାରେ ଶୋଷଣ ହେଉଛି ଚାଷୀ। । ଏପଟେ ଜିଲ୍ଲାରେ ମଣ୍ଡି ଖୋଲିବାକୁ ଆହୁରି ୨୪ ଦିନ ବାକି ରହିଥିବା ବେଳେ ଏହାର ଫାଇଦା ଉଠାଉଛନ୍ତି ପଡୋଶୀ ଛତିଶଗଡ ଓ ଆନ୍ଧ୍ରପ୍ରଦେଶର ଦଲାଲ । କାରଣ ଦଲାଲ ଧାନ କୁଇଣ୍ଟାଲ ପିଛା ୧୬ରୁ ୧୭ ଟଙ୍କାରେ କିଣି ନେଉଛନ୍ତି । ଚାଷୀ ସୁବ ଜାଣି ଶୁଣି ବାଧ୍ୟବାଧକତାରେ ବିକ୍ରି କରୁଛି ଧାନ। ଚାଷୀ ତାର ପରିଶ୍ରମର ଠିକ୍ ମୂଲ ପାଉନଥିବାବେଳେ ଲାଲେଲାଲହେଉଛି ପଡୋଶୀ ରାଜ୍ୟ। ରାଜ୍ୟ ସରକାର ଯଦି ଅମଳ ଧାନ ରଖିବାକୁ ପାଇଁ ପର୍ଯ୍ୟାପ୍ତ ସ୍ଥାନର ବ୍ୟବସ୍ଥା କରିଥାନ୍ତେ ତେବେ ଆଜି ଚାଷୀଟି ତାର କଷ୍ଟ ଅର୍ଜିତ ଫସଲକୁ ଏପରି କମ ଟଙ୍କାରେ ବିକ୍ରି କରୁନଥାନ୍ତା। ତେବେ ସମୟ କହିବ କେବେ ସୁଧୁରିବ ଚାଷୀଙ୍କ ସମସ୍ୟା।
ଅଧିକ ଦେଖନ୍ତୁ :