ଛତିଶଗଡ : ଓଡିଶା ସୀମାରେ ଧୀରେ ଧୀରେ କାୟା ବିସ୍ତାର କରୁଛି ଛତିଶଗଡ । ଆଗେ ଜମି ଆଉ ଏବେ ନାଳକୁ । ନୂଆପଡା ଜିଲ୍ଲା ସିନାପାଲି ତହସିଲ ଅଧୀନରେ ଥିବା ଡୋଙ୍ଗରିପାଳି ଗାଁ ନିକଟସ୍ଥ ରେ ବୋହି ଯାଉଛି ଡୋଙ୍ଗରିନାଲ । ଯାହାକି ଏହି ନାଲା ଓଡିଶା ସୀମାର 100 ମିଟର ଭିତରେ ବୋହୁଛି ହେଲେ ଛତିଶଗଡ ତିଆରି କରିଛି ବ୍ରିଜ । ଓଡିଶା ଭିତରକୁ ଯାଇ ବ୍ରିଜ ତିଆରି କରି ସେହି ଜମି ମାନଙ୍କୁ ହଡପ କରି ନେବେ ବୋଲି ଏବେ ଚିନ୍ତାରେ ସୀମାରେ ଥିବା ନୂଆପଡା ଜିଲ୍ଲାର ଗାଁ ଲୋକେ ।
ସେପଟେ ବ୍ରିଜ ନିର୍ମାଣକୁ ନେଇ ସିନାପାଲି ବ୍ଲକର ସ୍ଥାନୀୟ ପ୍ରଶାସନ କିପରି ଜାଣି ପାରିନି ତାହା ପ୍ରଶ୍ନବାଚି ସୃଷ୍ଟି କରୁଛି । ଏସଂପର୍କରେ ନୂଆପଡ଼ା ଉପଜିଲ୍ଲାପାଳ ତରଣୀ ସେନ୍ ନାଏକ କହିଛନ୍ତି, ସ୍ଥାନୀୟ ତହସିଲଦାରଙ୍କୁ ଜମି ଚିହ୍ନଟ ପାଇଁ ନିର୍ଦେଶ ଦେବୁ ତା ସହିତ ଯଦି ଜମି ବିବାଦ ଥାଏ ତାହେଲେ ଛତିଶଗଡ଼ ସରକାରଙ୍କ ଅଧିକାରୀ ମାନଙ୍କ ସହ କଥା ହୋଇ ସମସ୍ୟାର ସମାଧାନ କରିବୁ ବୋଲି କହିଛନ୍ତି ।
ଭୁବନେଶ୍ୱର: ରାଜଧାନୀରେ ଘର କାମବାଲୀଙ୍କୁ ସାବଧାନ ! ଘରେ କାମକରୁଥିବା କାମବାଲୀ ଙ୍କୁ ଟିକେ ସାବଧାନ। ଘଟଣା ଘଟିଛି ଭୁବନେଶ୍ଵର ଝାରପଡ଼ା ଜଗନ୍ନାଥ ନଗର ରୋଡ ନମ୍ବର ୪ ପ୍ଲଟ ନମ୍ବର ୧୫୩୯/୩୮୨୯ ରହୁଥିବା ବିଭୁ ପ୍ରସାଦ ମହାପାତ୍ର ଙ୍କ ଘରୁ ।
ମାମି ପାତ୍ର ନାମକ ମହିଳା ମହାପାତ୍ରଙ୍କ ଘରେ ରୋଷେଇଆ ଭାବେ ଫ୍ରେବୁଆରୀ ମାସରୁ କାମ କରିଆସୁଥିଲା । ମାସକୁ ୪ ହଜାର ଟଙ୍କା ଦରମା ପାଉଥିଲା। ମହାପାତ୍ର ଙ୍କ ନିଜ ଘର କାମ ଚାଲୁଥିବା ଯୋଗୁ ଘରେ ସବୁବେଳେ ନଗଦ ଟଙ୍କା ରହୁଥିଲା । ସମୟ ଓ ସୁଜଗ ଦେଖି ବେଡ଼ରୁମ ର ଆଲମିରା ରୁ ପାଖାପାଖି ଏକ ଲକ୍ଷ ଟଙ୍କା ଚୋରୀ କରିବାର ଦୃଶ୍ୟ ସିସିଟିଭିରେ କଏଦ୍ ହୋଇଛି। ଏହି ଘଟଣାକୁ ନେଇ ଲକ୍ଷ୍ମୀସାଗର ଥାନା ରେ ପରିବାର ଏତଲା ଦେଇଛନ୍ତି।
ଅଧିକ ପଢନ୍ତୁୂ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : ପୁରୀ ଜିଲ୍ଲା ବାସେଳୀ ସାହି ଥାନା ମଙ୍ଗଳା ଘାଟରୁ ତିନି ଜଣଙ୍କୁ ଟେକି ନେଇ ଦୁର୍ବୃତ୍ତଙ୍କ ମରଣାନ୍ତକ ଆକ୍ରମଣ । ଆହତ ତିନି ଜଣ ଚନ୍ଦନପୁରର ସାଗର ବେହେରା, ପ୍ରକାଶ ସାହୁ ଓ ଅଭିନାଶ ସାହୁ । ସେମାନଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପୁରୀ ମଙ୍ଗଳାଘାଟ ସ୍ଥିତ ଏକ ହୋଟେଲରେ ଖାଉଥିଲେ ପ୍ରକାଶ । ଏହି ସମୟରେ ଜଣେ ସ୍ଥାନୀୟ ଯୁବକ ପ୍ରକାଶଙ୍କ ଗୁପ୍ତାଙ୍ଗକୁ ସ୍ପର୍ଶ କରିଥିଲେ । ଏହାକୁ ବିରୋଧ କରିବାରୁ ଯୁବକ ଓ ତାହା ସହଯୋଗୀ ମାନେ ପ୍ରକାଶ ସହ ଝଗଡା କରିଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
କିଛି ସମୟ ପରେ ଅଭିନାଶ ଓ ସାଗର ହୋଟେଲରେ ପହଞ୍ଚିଥିଲେ । ତିନି ଜଣ ବାଟରେ ଚାଲିଚାଲି ଆସୁଥିବାବେଳେ ଝଗଡା କରିଥିବା ଯୁବକମାନଙ୍କ ସହ ଭେଟ ହୋଇଥିଲା । ପୂର୍ବ ଘଟଣା ସମ୍ପର୍କରେ ସେମାନଙ୍କୁ ପଚାରି ତିନି ଜଣ ଆକ୍ରମଣର ଶିକାର ହୋଇଥିଲେ । ଯୁବକମାନେ ତିନି ଜଣଙ୍କୁ ନିକଟସ୍ଥ ଆପାର୍ଟମେଣ୍ଟକୁ ଉଠାଇ ନେଇ ଅଟକ ରଖିବା ସହ ମାରପିଟ କରିଥିଲେ । ଯାହା ଫଳରେ ତିନି ଜଣ ଯୁବକ ଆହତ ହୋଇଥିଲେ । ବାସେଳୀସାହି ଥାନା ଖବର ପାଇ ତିନି ଜଣଙ୍କୁ ଉଦ୍ଧାର କରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।