ଫେବୃଆରୀ 10- ମଧୁବାବୁ ଭତ୍ତା ବୃଦ୍ଧି
ଫେବୃଆରୀ 11-କେନ୍ଦୁପତ୍ର ତୋଳାଳିଙ୍କ ବୋନସ ବୃଦ୍ଧି
ଫେବୃଆରୀ 12-ଯୁବବର୍ଗଙ୍କୁ ଲକ୍ଷେ ଟଙ୍କା ଋଣ
ଫେବୃଆରୀ 13-ମମତା ଯୋଜନା ସହାୟତା ରାଶି ବୃଦ୍ଧି
ଫେବୃଆରୀ 14-କଳାକାର ଭତ୍ତା ବୃଦ୍ଧି
ଫୋବୃଆରୀ 15-ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଭତ୍ତା ଦୁଇଗୁଣ
ଫେବୃଆରୀ 16-ମିଶନ ଶକ୍ତି ମହିଳାଙ୍କୁ ୟୁନିଫର୍ମ ଟଙ୍କା
ଫେବୃଆରୀ 17-ପାଚିକାଙ୍କ ପାରିଶ୍ରମିକ ବୃଦ୍ଧି
ଫେବୃଆରୀ 18-ମାଟ୍ରନଙ୍କ ପାରିଶ୍ରମିକ ବୃଦ୍ଧି, ଛାତ୍ର ବୃତ୍ତି 10 ହଜାର ଟଙ୍କା ପର୍ଯ୍ୟନ୍ତ
ଗୋଟିଏ ମାସର 8 ଦିନ ମଧ୍ୟରେ ଭତ୍ତା ଟଙ୍କା ବଢାଇଛନ୍ତି ସରକାର । ଯାହାକୁ ନେଇ ସୋସିଆଲ ମିଡିଆରେ ଜୋର ସୋର୍ ଚର୍ଚ୍ଚା । ନବୀନ ବାବୁଙ୍କ ଏହା ନିର୍ବାଚନୀ ଥୋପ । ଆଗରୁ କଣ ଶୋଇଥିଲେ । ଏବେ ଏକାବେଳକେ ଏତେ ଘୋଷଣା କଲେ । ନବୀନ ବାବୁ କଣ ଘରୁ ଟଙ୍କା ଆଣି ଲୋକଙ୍କୁ ସେବା ଦେବେ ବୋଲି ବି କହିବାକୁ ପଛାଇ ନାହାନ୍ତି ଲୋକେ ।
ପୂର୍ବରୁ ଏହି ଯୋଜନା ଅନ୍ତର୍ଭୁକ୍ତ ହିତାଧିକାରୀମାନେ ଭତ୍ତା, ପାରିଶ୍ରମିକ ବୃଦ୍ଧି ପାଇଁ କାହିଁ କେବେଠୁ ଦାବି କରିଆସୁଥିଲେ । ହେଲେ ଠିକ୍ ନିର୍ବାଚନ ପୂର୍ବରୁ ଏକାବେଳକେ ଏତେ ଘୋଷଣାକୁ ସହଜରେ ହଜମ କରିପାରୁନାହାନ୍ତି ରାଜ୍ୟବାସୀ । ଯାହାକୁ ବିରୋଧୀ ବି କଟାକ୍ଷ କରିଛନ୍ତି ।
24 ବର୍ଷର ସ୍ଥିର ସରକାର । ହେଲେ ହଠାତ୍ ଠିକ୍ ନିର୍ବାଚନ ପୂର୍ବରୁ ରାଜ୍ୟବାସୀଙ୍କ କଥା ମନେ ପଡିବା । ନିର୍ବାଚନ ତାରିଖ ଘୋଷଣାର ଠିକ୍ ପୂର୍ବରୁ ଏହି ଘୋଷଣା ଶାସକ ଦଳକୁ କେତେ ଫାଇଦା ଦେବ ଦେଖିବାର କଥା ।