ଅଙ୍ଗନବାଡ଼ି କେନ୍ଦ୍ର ଦୀର୍ଘ ବର୍ଷ ପୂର୍ବରୁ ଭାଙ୍ଗି ଯାଇଥିବାରୁ ନୂଆ ଅଙ୍ଗନବାଡ଼ି କେନ୍ଦ୍ର ତିଆରି କରିବାକୁ ସରକାର ୨୦୧୫ ମସିହାରେ ନୂଆ କୋଠା ମଞ୍ଜୁର କରିଥିଲେ । ହେଲେ ସେହି ଘର ଅତି ନିମ୍ନ ମାନର ହୋଇଥିବାରୁ କୋଠା ଘରର ଛାତ ଦବି ଯାଇଛି । ଯାହାଫଳରେ ଏହି କୋଠା ଏବେ ଅଧ ପନ୍ତରିଆ ଅବସ୍ଥାରେ । ସେପଟେ ଅଙ୍ଗନବାଡ଼ି କେନ୍ଦ୍ର ନଥିବାରୁ ଗାଆଁରେ ଥିବା ଏକ ITDA ଘରେ ବିପଦସଙ୍କୁଳ ଅବସ୍ଥାରେ ପଢୁଛନ୍ତି ପିଲା ।
ଏହି ଘରର କାନ୍ଥ ପ୍ଲାଷ୍ଟର ଛାଡି ଯାଇଥିବା ବେଳେ ଛାତରେ ଫାଟ । କେତେବେଳେ ଭୁଶୁଡିଯିବ କହି ହେବନି । ତଥାପି ପରିବାର ଲୋକେ ପିଲାମାନଙ୍କୁ ପଠାଉଛନ୍ତି । ଏନେଇ ସ୍ଥାନୀୟ CDPOଙ୍କୁ ଫୋନ୍ ମାଧ୍ୟମରେ ଯୋଗାଯୋଗ କରିବାରୁ ଲିଖିତ ଅଭିଯୋଗ କରାଯାଇଥିବା ସେ କହିଛନ୍ତି । ଭଙ୍ଗା ଘରେ ଅଙ୍ଗନବାଡି । ବଡ ପ୍ରଶ୍ନ, ଅଧାପନ୍ତରିଆ ଅଙ୍ଗନବାଡି କେନ୍ଦ୍ରର କାମ କେବେ ସରିବ ? ନିମ୍ନମାନର କାମ ପାଇଁ ଦାୟୀ କିଏ ?