ମାନସ ଟୁଡୁଙ୍କ କୋଠରୀରେ କଣ କରିଥିଲେ । ପୋଲିସକୁ ଡେମୋ ଦେଖାଇଛନ୍ତି ପ୍ରୀତିମାନ ଦେ ଓ ମାନସ ଟୁଡୁ । ଦରକାର ପଡ଼ିଲେ ନାର୍କୋ ଟେଷ୍ଟ ମଧ୍ୟ କରାଯିବ ବୋଲି କହିଛନ୍ତି ସମ୍ବଲପୁର ଏସ୍ପି । ଅନ୍ୟପଟେ ପାଣିରେ ବୁଡ଼ି ଚିନ୍ମୟୀଙ୍କ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟରୁ ଜଣାପଡ଼ିଛି ବୋଲି ରବିବାର କହିଥିଲେ ଏସ୍ପି ।ବିଭିନ୍ନ ସ୍ଥାନରୁ ସିସିଟିଭି ଫୁଟେଜ ଜବତ ହୋଇଥିବା ବେଳେ ତଦନ୍ତ ଚାଲିଛି ।ତଦନ୍ତର ଅଗ୍ରଗତି ନେଇ ପରିବାର ଲୋକଙ୍କୁ ଅବଗତ କରାଯାଇଛି ।
ଏଯାଏ ଘଟଣାରେ ୩୧ ଜଣଙ୍କୁ ଜେରା କରାଯାଇଥିବା ବେଳେ ଏମାନଙ୍କ ମଧ୍ୟରୁ ୫ଜଣ ଦୋକାନୀ ଓ ଜଣେ ଢାବା ମାଲିକ ସମେତ ଅନେକ ଛାତ୍ରଛାତ୍ରୀ ଥିବା କହିଛନ୍ତି ସମ୍ବଲପୁର ଏସପି।