ଓଡ଼ିଶାକୁ ନେଇ ଆଦୌ ସମ୍ବେଦନଶୀଳ ନୁହେଁ ନବୀନ ବାବୁ । ଯଦି ଥାଆନ୍ତେ ତାହେଲେ ଏମିତି ବିଚିତ୍ର ଘଟଣା କେମିତି ଦେଖିବାକୁ ମିଳିଥାଆନ୍ତା ? ପୂର୍ବରୁ କୋଟିଆକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା । କାରଣ କୋଟିଆ ଓଡ଼ିଶାରେ ଥିବା ପରେ ବି ଆନ୍ଧ୍ର ସରକାର ସ୍ଥାନୀୟ ଲୋକଙ୍କୁ ସଅନେକ ପ୍ରକାର ସୁବିଧା ଯୋଗାଇବା ସହିତ ଭୋଟ୍ ନେବାକୁ ଚକ୍ରାନ୍ତ ବି କରୁଛନ୍ତି । ଖାଲି ଚକ୍ରାନ୍ତ କରୁଛି ତାହା ନୁହେଁ ବରଂ ମତଦାନ କେନ୍ଦ୍ର ବି କରିଛି । ହେଲେ ନାହିରେ ତେଲ ମାରି ଶୋଇଛନ୍ତି ନବୀନ ବାବୁ ।
ବିବାଦ ସତେ ଯେମିତି ବିଜେଡି ସରକାର ପିଛା ଛାଡୁନି । କାରଣ ଆନ୍ଧ୍ର-ଓଡ଼ିଶାର ସୀମା ନିର୍ଦ୍ଧାରଣ କରୁଥିବା ମାଛକୁଣ୍ଡ ନଦୀ କୋରାପୁଟର ଜୀବନରେଖା ଓ ଆମର ଅସ୍ମିତା ବୋଲି ଆମେ ସମସ୍ତେ ଜାଣନ୍ତି । ଏହା ଓଡ଼ିଶାର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବାରୁ ମାଛକୁଣ୍ଡ ନଦୀର ଗୁରୁତ୍ୱ ଅଧିକ ଓ ବେଶ୍ ପ୍ରାସଙ୍ଗିକ ବି ରହିଛି । ତେବେ ଓଡ଼ିଶାର ରାଜସ୍ୱ ମାନଚିତ୍ରରେ ଏହି ନଦୀ ନାହିଁ ବୋଲି ଦଶମ ଶ୍ରେଣୀ ବହିରେ ଲେଖାଯାଇଛି । ଯାହା ଜଣାପଡିବା ପରେ ସୋସିଆଲ ମିଡିଆରେ ଏମିତି ପୋଷ୍ଟ କରି ଦୁଃଖ ପ୍ରକାଶ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ତେବେ ପୂର୍ବରୁ ମାଛକୁଣ୍ଡ ନଦୀର ଅନତି ଦୂରରେ ନିର୍ମିତ ‘ମାଛକୁଣ୍ଡ ଜଳ ବିଦ୍ୟୁତ୍ ପ୍ରକଳ୍ପ’କୁ ଓଡ଼ିଶା ସରକାର ଆନ୍ଧ୍ର ସରକାରଙ୍କ ହାତକୁ ଟେକି ଦେଇଥିବା ଖବର ଆସିଛି । ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପ୍ରକାଶିତ ଦଶମ ଶ୍ରେଣୀ ବହିରେ ମାଛକୁଣ୍ଡ ଜଳ ପ୍ରକଳ୍ପ ଆନ୍ଧ୍ରର ବୋଲି ଉଲ୍ଲେଖ କରାଯାଇଥିବା ଭଳି ପୂର୍ବରୁ ଏକ ସାଂଘାତିକ ତ୍ରୁଟି ଦେଖିବାକୁ ମିଳିଥିଲା । ହେଲେ ପିଲାଙ୍କ ବହିରେ ଏମିତି କେମିତି ତ୍ରୁଟି ରହିଲା ତାହାକୁ ନେଇ ଚର୍ଚ୍ଚା ଜୋର ।