ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଉପକୂଳ ଓଡିଶା ଓ ତାର ପାଶ୍ୱବର୍ତୀ ଜିଲ୍ଲାଗୁଡିକରେ ହାଲୁକା ମଧ୍ୟମ ଧରଣର ବର୍ଷା ରହିବାର ସମ୍ଭାବନା ରହିଛି । ସୋନପୁର ବଲାଙ୍ଗୀର କନ୍ଧମା ବୌଦ୍ଧ ନୟାଗଡ ପୁରୀ ଗଂଜାମ ଖୋର୍ଦ୍ଧା କଳାହାଣ୍ଡି ଗଜପତି ରାୟଗଡା ଜିଲ୍ଲାରେ ହାଲୁକରୁ ମାଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।
ସେହିପରି ଆସନ୍ତାକାଲି ଉତ୍ତର ଅଭ୍ୟନ୍ତର ଓ ତାର ପାଶ୍ୱବର୍ତୀ ଅଂଚଳରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକା ଓ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ପାଣିପାଗ ଵିଭାଗ। ୨୭ ତାରିଖ ଯାଏ ବର୍ଷା ଲାଗିରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ସେପଟେ ରାତ୍ରି ଓ ଦିନର ତାପମାତ୍ରା ୨୯ ତାରିଖ ଯାଏ ମଧ୍ୟ ବିଶେଷ ପରିବର୍ତ୍ତନ ହେବାର ନାହିଁ ବୋଲି ବିଭାଗ ଆକଳନ କରିଛି ।
ଅନ୍ୟପଟେ ଗତ ୨୪ ଘଣ୍ଟାରେ ରାଜ୍ୟରେ କେତେକ ସ୍ଥାନରେ ହାଲୁକା ମଧ୍ୟମଧରଣର ବର୍ଷା ରେକର୍ଡ କରାଯାଇଛି। ଦୁଇଟି ସ୍ଥାନରେ ଭାରୀ ବର୍ଷା ମଧ୍ୟ ରେକର୍ଡ କରାଯାଇଛି।ଖୋର୍ଦ୍ଧା ଜିଲ୍ଲାର ବାଣପୁର ଠାରେ ୧୦୫.୦ ମିମି ଓ ଗଂଜାମ ର ବେଲଗୁଣ୍ଠାରେ ୯୬.୬ ମିମି ବର୍ଷା ରେକର୍ଡ କରାଯାଇଛି।ସେହିପରି ଖୋର୍ଦ୍ଧା ଚିଲିକାରେ ୫୪.0 ଓ ଗଂଜାମ ର ବୁଗୁଡ଼ାରେ ୪୮.0 ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି ରାଜ୍ୟରେ ସର୍ବୋଚ୍ଚ ତାମମାତ୍ରା ଟିଟିଲାଗଡ଼ ଓ ମାଲକାଗିରିରେ ୩୫.୦ ଡ଼ିଗ୍ରୀ ରହିଥିବା ବେଳେ ସର୍ବନିମ୍ନ କୋରାପୁଟ ରେ ୧୪.3 ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
ଆହୁରି ପଢନ୍ତୁ ପାଣିପାଗ ଖବର...