ଜନ୍ମଦିନ ପାଳିବା ନାଁରେ ନିଜର ଶକ୍ତି ପ୍ରଦର୍ଶନ କଲେ ଅସିତ ପଟ୍ଟନାୟକ । ରାସ୍ତାଘାଟ ତ ଜାମ୍ ହେଲା । ହେଲେ ନିୟମ କାନୁନ ଭୁଲି ଗଲେ ଅସିତ । ବିନା ଅନୁମତିରେ ଭଦ୍ରକ RMC ମାର୍କେଟରେ ବାଣଫୁଟାଇ ଜନ୍ମଦିନ ପାଳିଥିବାରୁ ଉପ ଜିଲ୍ଲାପାଳ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।
କୁହାଯାଉଛି ସ୍ଥାନୀୟ ବିଜେଡି ବିଧାୟକ ସଂଜୀବ ମଲ୍ଲିକଙ୍କ ବିରୋଧରେ ଏହା ତାଙ୍କର ଶକ୍ତି ପ୍ରଦର୍ଶନ । ଭଦ୍ରକରେ ବିନା ଅନୁମତିରେ ଅସିତ ଜନ୍ମଦିନ ପାଳିଥିବାରୁ ସ୍ଥାନୀୟ ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ଇସାରାରେ ଉପ ଜିଲ୍ଲାପାଳ ପୋଲିସକୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିବା ଚର୍ଚ୍ଚା ହେଉଛି ।
ତେବେ ଏଠି ପ୍ରଶ୍ନ ଉଠୁଛି ଯଦି ଅସିତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ତେବେ ବିଜେଡିରେ ଥିବା ଅନ୍ୟ ଦାଗୀ ନେତାଙ୍କ ବିରୋଧରେ କେବେ ହେବ କାର୍ଯ୍ୟାନୁଷ୍ଠାନ । କିନ୍ତୁ ବିଜେଡିର ବାହୁବଳୀ ନେତା ଯେଉଁମାନେ ଅପରାଧୀକ କାର୍ଯ୍ୟକଳାପରେ ସମ୍ପୃକ୍ତ ଅଛନ୍ତି ଯେମିତିକି ସୁଶାନ୍ତ ସିଂ, ପ୍ରତାପ ଜେନା, ସମୀର ଦାସ ଅରୁଣ ସାହୁ ଏମନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ବେଳକୁ ପଛଘୁଞ୍ଚା ଦେଉଛି ପୋଲିସ ।
ଆହୁରି ପଢନ୍ତୁ ଓଡିଶା ଖବର...