ଉପା ସରକାର ଯିବା ପରେ ଏହାର ନାମ ପରିବର୍ତ୍ତନ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା କଲେ । ଓଡ଼ିଶା ସରକାର ବସ୍ତି ଲୋକଙ୍କୁ ଜମି ଦେବା ପାଇଁ ତିଆରି କଲେ ଜାଗା ମିଶନ । 2011 ରୁ ଏହାର ଏକ ଯୋଗ୍ୟ ତାଲିକା ହୋଇଛି । ହେଲେ ରାଜ୍ୟ ସରକାର 2023ରେ ନୂଆ ତାଲିକା କରିଛନ୍ତି । ହେଲେ ଏହି ନୂଆ ତାଲିକାରେ ଦୁଇ ମହଲା କୋଠା, ସୁଇଟି ଷ୍ଟଲ୍ ଥିବା ଲୋକଙ୍କୁ ଦିଆ ଯାଇଛି । ଏଥିରେ ଦଳୀୟ ଲୋକଙ୍କୁ ଜାଗା ଦିଆଯାଇଛି ।
ଏପରିକି କୌଣସି ଅଭିଯୋଗ ଥିଲେ ତାହାକୁ ଜଣାଇବା ପାଇଁ ମାତ୍ର ୨ ଦିନ ସମୟ ଦିଆଯାଇଛି । ସେଥିରେ ଗୋଟିଏ ଦିନ ରବିବାର ରହିଛି । ଏଥିରୁ ଜଣା ପଡୁଛି ବିଏମସି ପକ୍ଷରୁ ଚଂଚଳତା କରାଯାଇଛି । ଯାହାକୁ କଂଗ୍ରେସ ଦୃଢ଼ ନିନ୍ଦା କରୁଛି । କଂଗ୍ରେସର ଦାବି ଜାଗା ମିସନରେ ସ୍ବଚ୍ଛତା ଅବଲମ୍ବନ କରାଯାଉ ।