ହେଲେ ଏହି ଟଙ୍କାକୁ ଫର୍ଜି ନଥିପତ୍ର, ଏବଂ ମିଥ୍ୟା ବୈଠକ ହୋଇଥିବା ଦର୍ଶାଇ ବନ ବିଭାଗର ବଡପଣ୍ଡା ମାନେ ଆତ୍ମସାତ କରି ନେଇଛନ୍ତି । କେବଳ ସେତିକି ନୁହେଁ 5 ଏକର ପରିବର୍ତ୍ତେ 125 ଏକର ପାହାଡିଆ ଯାଗାରେ ହଜାର ହଜାର ପ୍ରଜାତିର ଗଛ ଲଗାଯାଇଥିବା ଦର୍ଶାଇ କୋଟିକୋଟି ଟଙ୍କା ଆତ୍ମସାତ ହୋଇଛି । ଯାହାକି ସୂଚନା ଅଧିକାର ମାଧ୍ୟମରେ ଏହି ମହାଦୁର୍ନିତୀ ସାମ୍ନାକୁ ଆସିଛି ।
ପ୍ରଥମେ ଚାରା ରୋପଣ କରିବା ନାଁରେ 28 ଟି ବନ ସୁରକ୍ଷା ସମିତି ଗୋଠନକରି ହିତାଧିକାରୀଙ୍କ ନକଲି ଦସ୍ତଖତ, ଫର୍ଜି ନଥିପତ୍ର, ଏବଂ ମିଥ୍ୟା ବୈଠକ କରାଯାଇଥିବା ଦର୍ଶାଇ ଆମ ଜଙ୍ଗଲ ଯୋଜନା, କେମ୍ପା ଯୋଜନା ଓ ମନରେଗା ଯୋଜନା ମାଧ୍ୟମରେ କୋଟିକୋଟି ଟଙ୍କା ଚଳୁ କରାଯାଇଥିବା ଅଭିଯୋଗ ହୋଇଛି । ଏହି ଦୁର୍ନୀତିରେ ବନ ବିଭାଗର ବଡବଡ ଅଧିକାରୀ ଠାରୁ ଆରମ୍ଭ କରି ତଳିଆ କର୍ମଚାରୀ ମଧ୍ୟ ଏଥିରେ ସାମିଲ ଥିବା ନେଇ ରାୟଗଡା ଟିଡିପି ସଂଘଠନର ସଦସ୍ୟମାନେ ଏହାର ଖୁଲାସ କରିଛନ୍ତି ।
ଅନ୍ୟପଟେ ଏହି ଦୁର୍ନିତି ବର୍ଷକ ମଧ୍ୟରେ ତିନିକୋଟି ଟଙ୍କା ଟପିଥିବା ବେଳେ 28 ଟି ବନସୁରକ୍ଷା ସମିତି ମଧ୍ୟରୁ ଏପର୍ଯ୍ୟନ୍ତ ଭିଜିଲାନ୍ସ ଚାରଟି ବନସୁରକ୍ଷା ସମିତିରୁ ତଦନ୍ତକରି 28 ଲକ୍ଷ୍ୟଟଙ୍କା ରିକଭେରି କରିଛି । ତେବେ ବଳକା 24 ଟି ବନ ସୁରକ୍ଷା ସମିତିର ମଧ୍ୟ ତଦନ୍ତ କରିବାକୁ ରାୟଗଡା ଟିଡିପି ଆସୋସିସନ ପକ୍ଷରୁ ଲୋକାୟୁକ୍ତ ପାଖରେ ଅଭିଯୋଗ ହେବାପରେ ଏବେ ବିଷମକଟକ ଅଞ୍ଚଳର ସନ୍ୟାସିଗୁଡା ନିକଟରେ ରହିଥିବା ଲଣ୍ଡା ପାହାଡ ସମେତ ବିଭିନ୍ନସ୍ଥାନରେ ଭିଜିଲାନ୍ସର 33 ଜଣିଆ ଟିମ୍ ତଦନ୍ତ କରୁଥିବା ଦେଖିବାକୁ ମିଳିଛି ।
ତେବେ କାହା ବଳରେ ଏତେବଡ ଦୁର୍ନିତୀ କରିବାରେ ସାହାସ କରିଲେ ବନ ବିଭାଗର ବଡପଣ୍ଡାମାନେ । ଏହି ଦୁର୍ନିତୀର କିଙ୍ଗପିନ କୁହାଯାଉଥିବା ତତ୍କାଳିନ ରେଞ୍ଜର ପ୍ରଶନ୍ନ ମିଶ୍ରଙ୍କ ଉପରେ କେବେ ନିଆଯିବ କାର୍ଯ୍ୟନୁଷ୍ଠାନ । ଏତେବଡ ଦୁର୍ନିତିର ଅଭିଯୋଗ ସତ୍ତ୍ବେ ମୁଖ୍ୟ କାର୍ପଟଦାର କୁହାଯାଉଥିବା ପ୍ରଶନ୍ନ ମିଶ୍ରଙ୍କ ପଦନ୍ନତି ହେଲା କେମିତି ? ଏମିତି ଅନେକ ପ୍ରଶ୍ନ ଏବେ ଠିଆ ହୋଇଛି ।