ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
ଅର୍ଗସ ବ୍ୟୁରୋ: ମଦ ବାରରେ ଚାଲିଛି ନକଲି ବିଦେଶୀ ମଦର କାରବାର । ଅସଲି ବ୍ରାଣ୍ଡରେ ବିକ୍ରି ହେଉଛି ନକଲି ମଦ। କିଛି ଗ୍ରାହକଙ୍କ ଠାରୁ ଏଭଳି ଅଭିଯୋଗ ପାଇଲା ପରେ ଅବକାରୀ ବିଭାଗ ପକ୍ଷରୁ ବାର ଉପରେ ଚଢ଼ାଉ କରାଯାଇଛି। ଅବକାରୀ ଟିମ୍ ଦ୍ଵାରା ଏଠାରେ ଚଢ଼ାଉ କରି କିଛି ମଦ ସମ୍ପୂଲ୍ ଜବତ କରାଯାଇଥିବା ଜଣାପଡିଛି । ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
ଅର୍ଗସ ବ୍ୟୁରୋ : ମମତାଙ୍କ ପିଛା ଛାଡୁନି ଦୁର୍ଘଟଣା । ପୁଣି ଥରେ ଦୁର୍ଘଟଣାର ଶିକାର ହୋଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଲୋକସଭା ନିର୍ବାଚନ ଚାଲିଥିବା ବେଳେ ପୁଣି ଥରେ ଆହତ ହୋଇଛନ୍ତି । ପ୍ରଚାର ପାଇଁ ଯିବା ବେଳେ ଏହି ଅଘଟଣ ଘଟିଛି। ଦୁର୍ଗାପୁରରେ ହେଲିକପ୍ଟର ଚଢିବା ସମୟରେ ମମତା ଆହତ ହୋଇଛନ୍ତି । ହେଲିକପ୍ଟରରେ ଚଢ଼ିବା ବେଳେ ସେ ପଡ଼ି ଯାଇଥିଲେ ।
ଏଥିରେ ତାଙ୍କ ପାଦରେ ସାମାନ୍ୟ ଆଘାତ ଲାଗିଥିବା ଲାଗିଥିବା ଜଣାପଡ଼ିଛି । ଦୁର୍ଗାପୁରରୁ ଆସନସୋଲ ଯାଉଥିଲେ ଦିଦି । ସେଠାରେ ସେ ଟିଏମସି ପ୍ରାର୍ଥୀ ଶତ୍ରୁଘ୍ନ ସିହ୍ନାଙ୍କ ସମର୍ଥନରେ ଏକ ରାଲିକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ଥିଲା । ସେ ହେଲିକପ୍ଟର ଭିତରକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ପଡିଯାଇଥିଲେ ।
ଅଧିକ ପଢନ୍ତୁ ଭାରତ ଖବର
ତାଙ୍କ ପାଦରେ ଆଘାତ ଲାଗିଥିବା ସୂଚନା ମିଳିଛି । ହେଲିକପ୍ଟରରେ ଚଢିବା ସମୟରେ ତାଙ୍କର ପାଦ ଖସିଯିବାରୁ ସେ ପଡିଯାଇଥିଲେ । ତେବେ ସେଠାରେ ଉପସ୍ଥିତ ସୁରକ୍ଷାକର୍ମୀ ତାଙ୍କୁ ଉଠାଇ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।