ଅର୍ଗସ ବ୍ୟୁରୋ : ଅସନ୍ତାକାଲି ଫେବୃଆରୀ ୧୪ ଅର୍ଥାତ ପ୍ରେମ ସପ୍ତାହର ଦିନ । ଯାହାକୁ ଆମେ ଭାଲେଣ୍ଟାଇନଡେ ଭାବରେ ପାଳନ କରୁ । କିନ୍ତୁ ଏହି ଦିନକୁ କାଓ ହଗ୍ ଡେ' ଭାବେ ପାଳନ କରିବାକୁ ସବୁ ପଶୁ ପ୍ରେମୀଙ୍କୁ ଆହ୍ବାନ ଦିଆଯାଇଛି । ସାରା ଦୁନିଆରେ ଫେବୃଆରୀ ୧୪ ତାରିଖକୁ ଭାଲେଣ୍ଟାଇନ୍ ଡେ' ଭାବେ ପାଳନ କରାଯାଉଛି । ହେଲେ ସେଦିନ ଗାଈକୁ ଆଲିଙ୍ଗନ ଦିବସ ପାଳନ କରିବେ ରାଜଧାନୀର କିଛି ଯୁବପିଢି । ଦେଶରେ ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାବ ଅଧିକ ପଢୁଥିବା ବେଳେ ବୈଦିକ ସଂସ୍କୃତି ଓ ପରମ୍ପରା ବିଲୁପ୍ତ ହୋଇଯାଉଛି । ଆଉ ଏହି କାରଣରୁ ଗୋମାତା ପ୍ରତି ପ୍ରେମ, ସ୍ନେହ, ଶ୍ରଦ୍ଧା ଦେଖାଇବାର ଏକ ଅବସର ସୃଷ୍ଟି କରିବା ଲାଗି ଫେବୃଆରୀ ୧୪ ତାରିଖକୁ ପ୍ରେମ ଦିବସ ରୂପେ ପାଳନ ନ କରି ପଶୁ ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଏହି ଯୁବପିଢି ।
ଅଧିକ ପଢନ୍ତୁ : ଭାଲେଣ୍ଟାଇନ ଡେ ନାମରେ ପାଶ୍ଚାତ୍ୟ ସଂସ୍କୃତି ପ୍ରଭାବିତ ହେଉଛି
ଗୋମାତାଙ୍କ ପାଇଁ ଯୁବପିଢିଙ୍କ ଚିନ୍ତାଧାରାକୁ ପରିବର୍ତ୍ତନ କରିବା ପାଇଁ କେନ୍ଦ୍ର ସରକାର ଫେବୃଆରୀ ୧୪ ଅର୍ଥାତ ପ୍ରେମ ସପ୍ତାହର ଅନ୍ତିମ ଦିନ ଭାଲେଣ୍ଟାଇନ ଡେ'କୁ କାଓ ହଗ୍ ଡେ' ଭାବେ ପାଳନ କରିବାକୁ ସବୁ ପଶୁ ପ୍ରେମୀଙ୍କୁ ଆହ୍ୱାନ ଦେଇଥିଲେ ।
କିନ୍ତୁ ବିରୋଧୀଙ୍କ ବିରୋଧ ପରେ ଏହି ନିର୍ଦ୍ଦେଶନମାରେ ପ୍ରତ୍ୟାହାର କରାଯାଇଛି । ଶ୍ରଦ୍ଧାରେ ଗୋମାତାଙ୍କୁ ଆଲିଙ୍ଗନ କରିପାରିବେ ବୋଲି ପ୍ରାଣୀ କଲ୍ୟାଣ ବୋର୍ଡ ପକ୍ଷରୁ କୁହାଯାଇଛି । ଯାହାକୁ ରାଜଧାନୀର କିଛି ଯୁବପିଢି ସମର୍ଥନ ଜଣାଇବା ସହିତ ବଜରଙ୍ଗୀ ଦଳର ସଦସ୍ୟ ମାନେ ମାନେ ସମର୍ଥନ ଜଣାଇଛନ୍ତି । ଯୁବପୀଢ଼ିଙ୍କ ପଶୁ ପ୍ରେମ ସହ ଏଭଳି ନିଆରା ପ୍ରଚେଷ୍ଟା ନିହାତି ସମସ୍ତିଙ୍କ ଭିତରେ ପ୍ରେରଣା ଦେବ ।