ଗତ ବର୍ଷ ସେପଚେମ୍ବର ମାସରେ ହାଇକୋର୍ଟ ଉଚ୍ଚସ୍ତରୀୟ କମିଟି ଗଠନ ପାଇଁ ହାଇକୋର୍ଟ କହିଥିଲେ । ତେବେ କମିଟି ଗଠନକୁ ନେଇ ଉଠିଛି ପ୍ରଶ୍ନ । କଣ ତଦାରଖ କରିବ ଏଇ ଉଚ୍ଚସ୍ତରୀୟ କମିଟି, ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ୫ ମାସ କାହିଁକି ଲାଗିଲା କମିଟି ଗଠନ ପାଇଁ, ଜାଣିଶୁଣି ବିଳମ୍ବ କରାଯାଇଛି କି, ନିର୍ବାଚନ ପୂର୍ବରୁ ରତ୍ନଭଣ୍ଡାର ନ ଖୋଲିବା ପାଇଁ ଷଡଯନ୍ତ୍ର କି, କେବେ ଖୋଲିବ ରତ୍ନଭଣ୍ଡାର, କାହିଁକି କହୁନାହାନାନ୍ତି ସରକାର, ନିର୍ବାଚନପୂର୍ବରୁ ପୋଲ୍ ଖୋଲିଯିବାର ଭୟ କି । ସେପଟେ ପରିଚାଳନା କମିଟି ବୈଠକରେ ରତ୍ନଭଣ୍ଡାର ବାହାର କାନ୍ଥରେ ଫାଟ ଥିବା କଥା ଏଏସଆଇ ସ୍ପଷ୍ଟ କରିଛି । ଅର୍ଗସ ହାତରେ ଲାଗିଛି ଏଏସଆଇର ରତ୍ନଭଣ୍ଡାର ଲେଜର ସ୍କାନିଂ ରିପୋର୍ଟ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ରତ୍ନଭଣ୍ଡାର ଉତ୍ତରପାର୍ଶ୍ୱ କାନ୍ଥରେ ଫାଟଥିବା ଏଏସଆଇ ରିପୋର୍ଟରେ ଲ୍ଲେଖ ରହିଛି । ଏଭଳି ଫାଟ ଭବିଷ୍ୟତରେ କ୍ଷତି ସୃଷ୍ଟି କରିପାରେ ବୋଲି ଏଏସଆଇ ଚିଠିରୁ ସ୍ପଷ୍ଟ ହୋଇଛି । ଶ୍ରୀମନ୍ଦିର ଚାରିପଟେ ହୋଇଥିବା ଜିପିଆରଏସ୍ ରିପୋର୍ଟକୁ ସାର୍ବଜନୀନ କରିବା ପ୍ରସଙ୍ଗରେ ଓବିସିସି ତରଫରୁ ଖାମଖିଆଲ୍ ଢଙ୍ଗରେ ପ୍ରତିକ୍ରିୟା ରଖାଯାଇଥିବା ବେଳେ ଏଏସଆଇ ଏହି ରିପୋର୍ଟ ପାଇନଥିବା କହିଛନ୍ତି ଏଏସଆଇ ଓଡିଶା ମୁଖ୍ୟ ଡି.ବି ଗଡନାୟକ । ଶେଷଥର ପାଇଁ ୧୯୭୮ ମସିହାରେ ଶ୍ରୀମନ୍ଦିରର ରତ୍ନଗଣନା ହୋଇଥିଲା । ତା ପରଠାରୁ ଆଉ ଗଣନା କରାଯାଇନାହିଁ । ଯାହାକୁ ନେଇ କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।