କୃଷ୍ଣଚନ୍ଦ୍ର ଦୁଇ ବର୍ଷ ହେବ କିଡନୀ ଜନିତ ରୋଗରେ ପୀଡିତ ଥିବା ବେଳେ ନିୟମିତ ବ୍ୟବଧାନରେ ତାଙ୍କର ଡାୟାଲିସିସ୍ ମଧ୍ୟ ଚାଲିଥିଲା । ମାର୍ଚ୍ଚ ୨୦ତାରିଖରେ ହଠାତ୍ କୃଷ୍ଣଙ୍କ ମସ୍ତିଷ୍କରୁ ରକ୍ତସ୍ରାବ ହୋଇଥିବା ବେଳେ ପରିବାର ଲୋକ ସମ୍ ଅଲ୍ଟିମେଟରେ ଭର୍ତ୍ତି କରିଥିଲେ । ୪୮ଘଣ୍ଟା ପରେ ବି ମସ୍ତିଷ୍କ କାମ ନକରିବାରୁ ଡାକ୍ତର କୃଷ୍ଣଙ୍କୁ ବ୍ରେନ୍ ଡେଡ୍ ଘୋଷଣା କରିଥିଲେ । ଗ୍ରୀନ କରିଡରରେ ରାଜ୍ୟ ବାହାରକୁ ଗଲା କୃଷ୍ଣଚନ୍ଦ୍ରଙ୍କ ହୃତପିଣ୍ଡ ଓ ଯକୃତ ।
ମେଡିକାଲ କତୃପକ୍ଷ ଓ କମିସନରେଟ ପୋଲିସର ମିଳିତ ସହଯୋଗରେ କୃଷ୍ଣଚନ୍ଦ୍ରଙ୍କ ଅଙ୍ଗ ଦୁଇଟିକୁ ଗ୍ରୀନ କରିଡର ମାଧ୍ୟମରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରକୁ ନେଇ ସେଠାରୁ ମୁମ୍ବାଇ ଏବଂ କୋଲକାତାକୁ ପଠାଯାଇଛି । ମୁମ୍ବାଇର ରିଲାଏନ୍ସ ଏବଂ କୋଲକାତାର ଟାଟା ମେମୋରିଆଲ ହସପିଟାଲରେ ଚିକିତ୍ସାଧୀନ ରୋଗିଙ୍କ ଠାରେ ଏହି ଅଙ୍ଗକୁ ପ୍ରତ୍ୟାରୋପଣ କରାଯିବା । ନିଜ ଜୀବନ ବଦଳରେ ଦୁଇ ଜଣଙ୍କୁ ଜୀବନ ଦାନ ଦେଲେ ସିଆରପିଏଫ ଯବାନ । କୃଷ୍ଣଚନ୍ଦ୍ରଙ୍କ ଏଭଳି ମହାନତା ଏବଂ ପରିବାର ଲୋକଙ୍କ ତ୍ୟାଗକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।