ଦୀର୍ଘ ଦିନର ଏହି ସମସ୍ୟା ପ୍ରତି ପ୍ରଶାସନ ଆଡ ଆଖିରେ ଦୃଷ୍ଟି ପକାଉନାହିଁ। ନାଳ ନର୍ଦ୍ଦମା ପାଣି ଘେରାରେ ଲୋକମାନେ ଦିନ କାଟୁଥିବା ବେଳେ ପ୍ରଶାସନିକ ଅଧିକାରୀ ମାନେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ଭଳି ମନେ ହେଉଛି। ଆଜି କଟକ ମେୟର ଏବଂ କମିଶନର ଘଟଣା ସ୍ଥଳକୁ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି। ଏହାର ସମାଧାନ ନେଇ ସମୀକ୍ଷା କରାଯାଇଛି। ଖୁବଶୀଘ୍ର ଏହି ଡ୍ରେନେଜ ସମସ୍ୟାର ସମାଧାନ ହେବ ବୋଲି ମେୟର ସୁବାସ ସିଂ କହିଛନ୍ତି ।
ଗୋଟିଏ ପଟେ ସ୍ୱେରେଜ ବିଭାଗ ,ଡ୍ରେନେଜ ବିଭାଗ ,ୱାଟକୋ ଓ ସିଏମସି ପରିସ୍ଥିତିକୁ ନେଇ ଦୋଷ ଲଦା ଲଦି ହେଉଥିବା ବେଳେ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଦାବି ଉଠିଛି ।
ଓଡିଶା ଖବର ଆହୁରି ପଢନ୍ତୁ