ସେପଟେ ଏହି ବକ୍ସ ଡ୍ରେନ ଉଦଘାଟନକୁ ବିରୋଧ କରିଛନ୍ତି ବିରୋଧୀ । ବିରୋଧୀ କହିଛନ୍ତି ବକ୍ସ ଡ୍ରେନ କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ନକରି କିପରି ଏହାକୁ ଉଦଘାଟନ କରାଗଲା । ଆଗକୁ ନିର୍ବାଚନ ଥିବାରୁ ଏଭଳି ତରବରିଆ ଭାବେ ଉଦଘାଟନ କରାଯାଇଛି ଏବେ ବି ଅଧିକାଂଶ ଜାଗାରେ ବକ୍ସ ଡ୍ରେନ କାମ ବାକି ଅଛି ବକ୍ସ ଡ୍ରେନ ଉପରେ ହେଉଥିବା ରାସ୍ତା କାମ ଚାଲିଛି । ତେଣୁ ଏହାକୁ ଉଦଘାଟନ କରି କଟକ ଲୋକଙ୍କୁ ଭୁଆଁ ବୁଲାଯାଉଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
୪୫୦ କୋଟି ଟଙ୍କା ବ୍ୟୟରେ ୩୪୦୦ ସହ ମିଟର ବକ୍ସ ଡ୍ରେନ ନିର୍ମାଣ କାର୍ଯ୍ୟ ୨୦୧୨ରେ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକୁ ସେତେବେଳେ ତାନ୍ତିଆ ଭୋଲଟାସ ଆରମ୍ଭ କରି କିଛି ମାସ ପରେ ଛାଡି ଚାଲିଯାଇଥିଲା ତେବେ ଆଠ ବର୍ଷ କାମ ବନ୍ଦ ରହିଥିଲା । ଫୁଣି ୨୦୨୧ରେ ଏହି କାର୍ଯ୍ୟ ଆରମ୍ଭ କରି ୨୦୨୩ ଜାନୁଆରୀରେ ଶେଷ ହେବ ବୋଲି ଦେଡ ଲାଇନ ରହିଥିଲା । ଦେଡ ଲାଇନ ପାର ପରେ ମଧ୍ୟ କାମ ସାରି ପରି ନଥିଲା ଯାହା ଫଳରେ ହାଇକୋର୍ଟ ଏଥିରେ ହସ୍ତକ୍ଷେପ କରିଥିଲା । ବକ୍ସ ଡ୍ରେନ କାର୍ଯ୍ୟ କୁ ତୁରନ୍ତ ସରିବା ପାଇଁ ମହାନଗର ନିଗମ ଏବଂ watco ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ ।