ବଙ୍ଗୋପସାଗରରୁ ବଳ ଗୋଟାଇ ସ୍ଥଳଭାଗ ଆଡ଼କୁ ମୁହାଁଇଥିଲା ବାତ୍ୟା ଦାନା । ଭିତରକନିକା ହବାଳିଖଟି ପାଖରେ ବାତ୍ୟା ଲ୍ୟାଣ୍ଡଫଲ ହୋଇଥିଲେ ବି ସେଠାରେ ଥିବା ହେନ୍ତାଳବଣ ସୁରକ୍ଷା କବଚ ପାଲଟିଥିଲା ବୋଲି କହିଛନ୍ତି ପିସିସିଏଫ୍ । ଭିତରକନିକା ଜାତୀୟ ଉଦ୍ୟାନରେ ବିଶେଷ କ୍ଷତି ହୋଇ ନାହିଁ । ଜୀବଜନ୍ତୁ ସୁରକ୍ଷିତ ରହିଛନ୍ତି । ଏପରିକି କୋର୍ ଏରିଆରେ ଥିବା କୁମ୍ଭୀର ମାନେ ବି ସୁରକ୍ଷିତ ଅଛନ୍ତି । ବାତ୍ୟାବେଳେ ଉଚ୍ଚସ୍ଥାନକୁ ପଳାଇ ଯାଇଥିବାରୁ ସୁରକ୍ଷିତ ଅଛନ୍ତି ହରିଣ । ତେଣୁ ଆଗାମୀ ଦିନରେ ସମୁଦ୍ର କୂଳରେ ହେନ୍ତାଳ ବନ ଆହୁରି ସୃଷ୍ଟି କରିବାକୁ ସେ କହିଛନ୍ତି ।
ଓଡ଼ିଶାରୁ ପ୍ରାୟ ସବୁବେଳେ ବାତ୍ୟା ଡ଼ର ରହେ । ୧୯୯୯ ମହାବାତ୍ୟା ହେଉଛି ଫନି, ହୁଡହୁଡ ଓ ତିତିଲି ହେଉ । ଓଡ଼ିଶା ଉପକୂଳରେ ମାଡ଼ ହେବା ପରେ ଅନେକ କ୍ଷୟକ୍ଷତି କରୁଛି । ଯେହେତୁ ବାତ୍ୟା ପ୍ରାକୃତିକ ତେଣୁ ତାହାରୁ ବନ୍ଦ କରିବା ସମ୍ଭବ ନୁହେଁ । କିନ୍ତୁ ତାହାକୁ ପ୍ରତିହତ କରିବା ଲାଗି ସମୁଦ୍ର ଉପକୂଳରେ ହେନ୍ତାଳ ବଣ ସୃଷ୍ଟି କଲେ ତାହା ନିଶ୍ଚୟ ରକ୍ଷାକବତ ହେବ । ଯାହାର ଜ୍ଵଳନ୍ତ ଉଦାହରଣ କେନ୍ଦ୍ରାପଡ଼ା । ସେପଟେ, ବାତ୍ୟା ଦାନା ପ୍ରଭାବରେ ୩ ଦିନ ହେଲାଣି ରାଜ୍ୟରେ ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି । ଦାନା ପ୍ରଭାବରେ ରାଜ୍ୟରେ ବ୍ୟାପକ ଫସଲ ହାନୀ ହୋଇଛି । ୨ ଲକ୍ଷ ୮୦ ହଜାର ଏକର ଜମି ପାଣିରେ ବୁଡ଼ି ରହିଛି । ପ୍ରାଥମିକ ଆକଳନ ଅନୁସାରେ, ୧ ଲକ୍ଷ ୭୫ ହଜାର ଏକର ଜମିରେ କ୍ଷତିଗ୍ରସ୍ତ ହୋଇଛି ଫସଲ । ରାଜ୍ୟରେ ହୋଇଥିବା ଏହି ଫସଲ କ୍ଷୟକ୍ଷତିର ଆକଳନ କୃଷି ଓ ରାଜସ୍ୱ ବିଭାଗ ପକ୍ଷରୁ ମିଳିତ ଭାବେ କରାଯିବ । ସେପଟେ ବାତ୍ୟା କ୍ଷୟକ୍ଷତି ନେଇ ମୁଖ୍ୟମନ୍ତ୍ରୀ ନିଜେ ସମୀକ୍ଷା କରିବା ସହିତ କ୍ଷୟକ୍ଷତିର ରିପୋର୍ଟ ଦେବାକୁ କଲେକ୍ଟରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।