ଅର୍ଗସ ବ୍ୟୁରୋ: ଖିଲାପ କଲେ କ୍ଷମା ନାହିଁ, ଭଲ କାମ କଲେ ପୁରସ୍କାର। ଏହି ପ୍ରତିଶ୍ରୁତି ପାଳନ କରିଛନ୍ତି ସରକାର। ବାତ୍ୟା ସମୟରେ ପ୍ରଶଂସନୀୟ କାର୍ଯ୍ୟ କରିଥିବାରୁ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକର ଆଶା ଦିଦି ଶିବାନୀ ମଣ୍ଡଳଙ୍କୁ ତୁରନ୍ତ ସହାୟତା ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଗୃହ ମଞ୍ଜୁର କରାଯାଇଛି । ସ୍ଥାନୀୟ ବିଡିଓ ଆଜି ତାଙ୍କ ଘରକୁ ଯାଇ ଶିବାନୀଙ୍କୁ ଆବାସ ଯୋଜନାର ୱାର୍କ ଅର୍ଡର ପ୍ରଦାନ କରିଛନ୍ତି। ଏଥିପାଇଁ ଆଶା ଦିଦି ଶିବାନୀ ମଣ୍ଡଳ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ପ୍ରକଟ କରିଛନ୍ତି । ବାତ୍ୟା ସମୟରେ ଆଶା ଦିଦି ଶିବାନୀ ମଣ୍ଡଳ ପକ୍ଷାଘାତର ଶିକାର ଜଣେ 80 ବର୍ଷୀୟା ବୃଦ୍ଧାଙ୍କୁ ନିଜ ପିଠିରେ ବୋହି ସୁରକ୍ଷିତ ସ୍ଥାନକୁ ନେଇଥିଲେ। ଏ ନେଇ ଖବର ପ୍ରସାରଣ ପରେ ତାଙ୍କୁ ଫୋନ୍ କରି କଥା ହେବା ସହ ଧନ୍ୟବାଦ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଅର୍ଗସ ବ୍ୟୁରୋ: ନିର୍ବାଚନରେ ପାଣି ଭଳି ଟଙ୍କା ବୁହାଇଥିଲା ବିଜେଡି । ନିର୍ବାଚନ ଆୟୋଗଙ୍କ ନିକଟରେ ବିଜେଡି ଦାଖଲ କରିଥିବା ରିପୋର୍ଟରୁ ଆସିଛି ଆଖି ଖୋସି ଦେବା ଭଳି ରିପୋର୍ଟ । ରିପୋର୍ଟ ଅନୁଯାୟୀ ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜେଡି ୪୧୫ କୋଟି ୨୧ ଲକ୍ଷ ୨୫ ହଜାର ୧୬୪ ଟଙ୍କା ଖର୍ଚ୍ଚ କରିଛି । ଯେଉଁଥିରେ ଆଶ୍ଚର୍ଯ୍ୟକର କଥା ହେଉଛି ତାରକା ପ୍ରଚାରକଙ୍କ ପାଇଁ ହେଲିକପ୍ଟର/ଏୟାର କ୍ରାଫ୍ଟ ଜରିଆରେ ଗସ୍ତ ବାବଦରେ ୨୫ କୋଟି ୪୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶା ଯାଇଛି ।
ତାରକା ପ୍ରଚାରକ ୨୩୧ ଥର ହେଲିକପ୍ଟର/ଏୟାରକ୍ରାଫ୍ଟରେ ଗସ୍ତ କରିଥିବା ବେଳେ ସର୍ବାଧିକ ୧୫୭ ଥର ଏକାକୀ କାର୍ତ୍ତିକ ପାଣ୍ଡିଆନ ଗସ୍ତ କରିଥିଲେ । ଯେତେବେଳେ କି ନବୀନ ଏକାକୀ ୬ ଥର ହେଲିକପ୍ଟର ଓ ୫ ଥର ଏୟାର କ୍ରାଫ୍ଟରେ ଗସ୍ତ କରି ନିର୍ବାଚନ ପ୍ରଚାରରେ ସାମିଲ ହୋଇଥିଲେ। ସେହିପରି ନବୀନ ଓ ପାଣ୍ଡିଆନ ମିଳିତଭାବେ ୫୫ ଥର ହେଲିକପ୍ଟରରେ ଯାଇଥିଲେ। ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ୬ ଥର , ଅତୁନୁ ସବ୍ୟସାଚୀ ନାୟକ ୩ ଥର ଓ ପ୍ରଣବ ବଳବନ୍ତରାୟ ଥରେ ହେଲକପ୍ଟରରେ ଗସ୍ତ କରିଥିଲେ। ଶୁଣୁନ୍ତୁ ଏ ନେଇ ବିଜେଡି ନେତା କଣ କହୁଛନ୍ତି ।
ଦଳୀୟ ପ୍ରଚାର ପାଇଁ ଗଣମାଧ୍ୟମରେ ବିଜ୍ଞାପନ ପାଇଁ ୪୭ କୋଟି ୧୪ ଲକ୍ଷ ଟଙ୍କା, ନିର୍ବାଚନୀ ପ୍ରଚାର ସାମଗ୍ରୀ ବାବଦରେ ୩୨ କୋଟି ୬୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ଲୋକସଭା ଓ ବିଧାନସଭା ନିର୍ବାଚନ ଲଢ଼ିଥବା ୧୬୮ ଜଣ ପ୍ରାର୍ଥୀଙ୍କୁ ନିର୍ବାଚନୀ ଖର୍ଚ୍ଚ ବାବବରେ ୫୩ କୋଟି ୮୩ ଲକ୍ଷ ଟଙ୍କା, ଦିଆଯାଇଥିଲା। ଲୋକସଭାର ୨୧ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ଭଦ୍ରକ ଲୋକସଭା ପ୍ରାର୍ଥୀ ମଂଜୁଲତା ମଣ୍ଡଳଙ୍କୁ ସର୍ବାଧିକ ୬୬ ଲକ୍ଷ, କୋରାପୁଟ ପ୍ରାର୍ଥୀ କୌଶଲ୍ୟା ହିକକାଙ୍କୁ ୫୮ ଲକ୍ଷ ଟଙ୍କା, ସୁନ୍ଦରଗଡ଼ ପ୍ରାର୍ଥୀ ଦିଲୀପ ତିର୍କୀଙ୍କୁ ୪୯ ଲକ୍ଷ ଅନ୍ୟ ୧୮ ଜଣ ପ୍ରାର୍ଥୀଙ୍କୁ ୫୦ ଲକ୍ଷ ଟଙ୍କା ଲେଖାଏଁ ଦିଆଯାଇଥିଲା।
ବିଧାନସଭା ନିର୍ବାଚନରେ ୯୭ ପ୍ରାର୍ଥୀଙ୍କୁ ୩୦ ଲକ୍ଷ ଟଙ୍କା ଓ ତିରିଶ ଜଣଙ୍କୁ ୨୯ ଲକ୍ଷ ଟଙ୍କା ନିର୍ବାଚନୀ ଖର୍ଚ୍ଚ ବାବଦରେ ଦିଆଯାଇଥିଲା। ଯେଉଁଥିପାଇଁ ପଦ୍ମନାଭ ବେହେରା, ନୃସିଂହ ସାହୁ,ପ୍ରଫୁଲ୍ଲ ଘଡେ଼ଇ ଓ ଅମର ଶତପଥୀ ପରାଜୟ ଲାଗି ପାଣ୍ଠି ଓ ପରିଚାଳନା କୁ ଦାୟୀ କରିଥିବା ବେଳେ ସୌଭିକ ବିଶ୍ୱାଳ ଓ ଭୁପିନ୍ଦର ସିଂ ସିଧା ସିଧା ପାଣ୍ଡିଆନ ଙ୍କୁ ନିଶାନା ସାଧିଥିଲେ।
ବିଜେଡି ଦଳୀୟ ମତ ପ୍ରଚାର ପାଇଁ ୨୭୭ କୋଟି ଏକ ଲକ୍ଷ ଟଙ୍କା, ଓ ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ବାବଦରେ ୧୩୮ କୋଟି ୧୯ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି। ନିର୍ବାଚନୀ ବ୍ୟୟ ପରେ ଦଳ ପାଖରେ ଆଉ ୬୨୫ କୋଟି ୭ ଲକ୍ଷ ୪୮ ହଜାର ୫୩୨ ଟଙ୍କା ରହିଥିବା ନିର୍ବାଚନ ଆୟୋଗଙ୍କୁ ଜଣାଇଛି ବିଜେଡି ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଜଙ୍ଗଲରେ କାଠ ଆଣିବାକୁ ଯାଇ ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି ଜଣେ ଯୁବକ। ପରେ ତାଙ୍କୁ ଗୁରୁତର ଭାବେ ୧୦୮ ଆମ୍ବୁଲାନ୍ସ ଯୋଗେ ମେଡିକାଲରେ ଭର୍ତ୍ତି କରାଯାଇଛି । ବାମ ହାତ ଭାଙ୍ଗିଥିବା ସୂଚନା ମିଳିଛି । ଏହି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୋଇଦଲପୁର ପଞ୍ଚାୟତ ଛଟାଗୁଡା ଜଙ୍ଗଲରେ।
ସୂଚନା ଅନୁଯାୟୀ ଛଟାଗୁଡା ଗ୍ରାମର ତଇଲ ଯାନୀ ଗାଁ ନିକଟ ଜଙ୍ଗଲରେ କାଠ ଆଣିବାକୁ ଯାଇଥିଲେ। ହଠାତ ତିନୋଟି ଭାଲୁ ସାମ୍ନାକୁ ଆସିଥିଲେ ଓ ଗୋଟିଏ ଭାଲୁ ବାମ ହାତକୁ ଆକ୍ରମଣ କରିଥିଲା। ଟାଙ୍ଗିଆ ଦ୍ୱାରା ଭାଲୁକୁ ଘଉଡ଼ାଇବାରୁ ଜଙ୍ଗଲ ଭିତରକୁ ଚାଲିଯାଇଥିଲେ । ବାମ ହାତ ଭାଙ୍ଗିଯାଇଥିବା ବେଳେ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇ ଆମ୍ବୁଲାନ୍ସ ଯୋଗେ ପାପଡାହାଣ୍ଡି ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ । ଅଧିକ ଗୁରୁତର ହେବାରୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଚିକିତ୍ସା ଜାରି ରହିଥିବା ସୂଚନା ରହିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର