ବାତ୍ୟାରେ ବ୍ୟାପକ ଫସଲ ନଷ୍ଟ ପରେ ଏବେ ଗୁରୁତ୍ବପୂର୍ଣ୍ଣ ଦିଗଟି ହେଲା କ୍ଷୟକ୍ଷତିର ଆକଳନ, ଫସଲବୀମା ଓ କ୍ଷତିପୂରଣ । ବାତ୍ୟାଜନିତ ବର୍ଷା ପ୍ରଭାବରେ ହୋଇଥିବା କ୍ଷୟକ୍ଷତିକୁ ଉଭୟ କୃଷି ଅଧିକାରୀ ଏବଂ ରାଜସ୍ବ ଅଧିକାରୀ ମିଳିତ ଭାବେ ପ୍ଲଟ ୱାରୀ ତଦନ୍ତ କରି 12 ତାରିଖରେ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦେଶ। ମାତ୍ର ଓଡ଼ିଶାରେ ଫସଲ ବୀମାକୁ ନେଇ ବଡ ଘୋଟାଲା ଅଭିଯୋଗ । ବଡ ପ୍ରଶ୍ନ, କ୍ଷୟକ୍ଷତି ଆକଳନରେ ବାସ୍ତବ ଚାଷୀଙ୍କୁ ମିଳିବ ତ କ୍ଷତିପୂରଣ ?
ଅଦିନିଆ ବର୍ଷା ଯୋଗୁଁ ବଦଳିଛି ପାଗ । ଉପକୂଳଠୁ ଉପାନ୍ତ ସବୁଠି କୋହଲା । ଗତ ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ସ୍ଥାନରେ ମଧ୍ୟମ ଧରଣର ବର୍ଷା । କୋହଲା ପାଗ ପ୍ରଭାବରେ ତଳମୁହାଁ ରାଜଧାନୀ ଭୁବନେଶ୍ବରର ତାପମାତ୍ରା । ଗତ ଦୁଇ ଦିନ ତୁଳନାରେ ତାପମାତ୍ରା ୫ ଡ଼ିଗ୍ରୀ କମିଛି। ଦାରିଙ୍ଗବାଡିରେ ଗତକାଲି ଦିନର ତାପମାତ୍ରା 17 ଡିଗ୍ରୀ ରହିଥିଲା। ଆସନ୍ତା ୫ ଦିନ ଯାଏଁ ରାତିର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।ଦକ୍ଷିଣ ଓଡ଼ିଶାରେ ବାତ୍ୟା ମୋଗଜିମ୍ ଆଣିଦେଲା ଦୁଃଖ। ବର୍ଷାରେ ବୁଡିଛି ପାଚିଲା ଧାନ। ଏବେ ବିଶେଷଜ୍ଞ କହୁଛନ୍ତି ଆଗାମୀ ୫ ଦିନ ଯାଏ ପାଣିପାଗରେ କୌଣସି ପରିବର୍ତ୍ତନ ହେବନାହିଁ। ଯାହା ବି ଧାନ ବିଲରେ ଅଛି ତାକୁ କେମିତି ଅମଳ କରିବେ ଚିନ୍ତାରେ ଚାଷୀ।
ଅଧିକ ପଢ଼ନ୍ତୁ ଓଡିଶା ଖବର: