ସବୁ ଜିଲ୍ଲାପାଳଙ୍କୁ ଏନେଇ ସତର୍କ କରାଯାଇଛି । ଆଜି ସବୁ ଜିଲ୍ଲାପାଳ ନିଜ ଜିଲ୍ଲାର ବାତ୍ୟା ସୁରକ୍ଷା ସ୍ଥିତି ତଦାରଖ କରିବେ । ଦୁଇ ସପ୍ତାହ ସମୟ ଥିବା ଗର୍ଭବତୀ ମହିଳାଙ୍କୁ ହସପିଟାଲ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସରକାରୀ କର୍ମଚାରୀଙ୍କ ସମସ୍ତ ଛୁଟିକୁ ବାତିଲ କରାଯାଇଛି । ବ୍ୟତ୍ୟାର ସ୍ଥିତି ଦେଖି ସ୍କୁଲ ବନ୍ଦ ନେଇ ଜିଲ୍ଲାପାଳ ନିଷ୍ପତ୍ତି ନେବେ । ପାୱାର ସପ୍ଲାଏ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ସବୁଦିନ ସନ୍ଧ୍ୟାରେ ସମ୍ଭାବ୍ୟ ବାତ୍ୟା ପାଇଁ ବୈଠକ ହେବ । ଆଜି ସନ୍ଧ୍ୟାରେ ମଧ୍ୟ ସମସ୍ତ ଜିଲ୍ଲାପାଳଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ । ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଆମେ ଭାରତ ସରକାରଙ୍କ ସହ ଯୋଗାଯୋଗ ରେ ଅଛୁ । କେନ୍ଦ୍ର ଗୃହ ବିଭାଗ ଓ ପାଣିପାଗ ବିଭାଗ ସହ ସମ୍ପୂର୍ଣ୍ଣ ଯୋଗାଯୋଗ ରେ ଅଛୁ ବୋଲି ସୂଚନା ଦେଇଛନ୍ତି । ଅଧିକ ଆବଶ୍ୟକ ପଡ଼ିଲେ ଅନ୍ୟ ରାଜ୍ୟ ଓ କେନ୍ଦ୍ରସରକାରଙ୍କୁ ସହାୟତା ମାଗିବୁ । ଏବେ ଆମ ପାଖରେ ଯଥେଷ୍ଟ ଟିମ୍ ଅଛି । ଅଯଥା ନ ଡରିବାକୁ ସାଧାରଣ ଲୋକଙ୍କୁ ଅପିଲ କରିଛନ୍ତି । ରାଜୀବ ଭବନରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା। IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା୨୪ ଏବଂ୨୫ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ