ସେମାନେ ସେଠାରେ ଥିବା ଦୁଇ ତିନୋଟି ଦୋକାନରେ ବେଆଇନ ଭାବେ ଦୋକାନରେ ଗୁଟଖା ବିକୁଥିଲେ। ତାକୁ ନେଇ ଝଗଡା ହେଉଥିଲା। କିଛି ଜଣ ଆହାତ ହୋଇଛନ୍ତି। ଭଲ ହେବା ପରେ ଗିରଫ କରାଯିବ।
ସେମାନେ ଲୋକଙ୍କ ଯିବା ଆସିବା ବାଟରେ ବେଆଇନ ଭାବରେ ଏହା କରିଥିଲେ, ଯଦ୍ଵାରା ଲୋକଙ୍କ ଅସୁବିଧା ହେଉଥିଲା। ଆଜି ବି ବିଭିନ୍ନ ଜାଗାରେ ରେଡ୍ ହୋଇଛି ବୋଲି ଡିସିପି କହିଛନ୍ତି।
ଗତକାଲି ମାଷ୍ଟର କ୍ୟାଣ୍ଟିନ ଛକରେ ଗୋଡେଇ ଗୋଡେଇ ଆକ୍ରମଣ ହୋଇଥିଲା। ୧୦ରୁ ୧୨ ଜଣ ଯୁବକ ଅଲଗା ଗୋଷ୍ଠୀର ୫ ଜଣ ଯୁବକଙ୍କୁ ଆକ୍ରମଣ କରିଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ପରିବାର ଲୋକେ କହିଥିଲେ। ତେବେ ତଦନ୍ତ ପରେ ଜଣା ପଡିବ ବୋଲି ଡିସିପି କହିଛନ୍ତି।