ଲକ୍ଷ୍ମୀ ମାଝିଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଆସୁଛନ୍ତି ପରିବାର। 16 ଦିନ ଧରି ନ୍ୟାୟ ପାଇଁ ଲଢେଇ କରୁଛନ୍ତି ଲକ୍ଷ୍ମୀଙ୍କ ବାପା। ଏଯାଏ ତାଙ୍କୁ ଝିଅର ପୋଷ୍ଟମର୍ଟମ ରିପୋର୍ଟ ବି ଦେଉନି କିମ୍ବା ହତ୍ୟାର କାରଣ ସମ୍ପର୍କରେ କିଛି ସୂଚନା ଦେଉନି ପୋଲିସ। ପୀଡ଼ିତ ପରିବାରକୁ ଥରେଟେ ବି ଭେଟି ସମବେଦନା ଜଣାଇବାକୁ ସ୍ଥାନୀୟ ବିଧାୟକ ତଥା ଆଦିବାସୀ ମନ୍ତ୍ରୀଙ୍କୁ ସମୟ ମିଳିନି। ଅଥତ ଭୁବନେଶ୍ବର ଆସି ପ୍ରତିକ୍ରିୟା ଦେଉଛନ୍ତି ନବୀନ ପଟ୍ଟନାୟକ ସବୁବେଳେ ଆଦିବାସୀଙ୍କ ସହ ଅଛନ୍ତି।
ମହିଳା ଓ ଆଦିବାସୀ ହେଉଛନ୍ତି ସମାଜର ସବୁଠାରୁ ସମ୍ଭେଦନ ଶୀଳ ବ୍ୟକ୍ତି। ସେମାନଙ୍କ କ୍ଷେତ୍ରରେ ଅଧିକ ଯତ୍ନବାନ ହେବା ସରକାରଙ୍କ ଦାୟିତ୍ବ। କିନ୍ତୁ ଜଣେ ଆଦିବାସୀ ଯୁବତୀଙ୍କୁ ନୃଶଂସ ଭାବେ ପୋଡ଼ି ମାରିଦିଆଗଲା ଅଥଚ 16 ଦିନ ବିତିଯାଇଥିଲେ ବି ଅପରାଧୀଙ୍କ ଟେର ପାଉନି କ୍ରାଇମବ୍ରାଞ୍ଚ। ପିଡ଼ୀତ ପରିବାରକୁ ସମବେଦନା ଜଣାବାକୁ ବି ସରକାରଙ୍କ ପାଖରେ ନାହିଁ ବେଳ। ସେଥିପାଇଁ ତ ଲକ୍ଷ୍ମୀଙ୍କ ବାପା କହୁଛନ୍ତି ଆମର କ୍ରାଇମବ୍ରାଞ୍ଚ ଉପରେ ଭରସା ନାହିଁ। ସିବିଆଇ ତଦନ୍ତ ଦରକାର।
ଡିସେମ୍ବର 21 ତାରିଖରେ ଚନ୍ଦ୍ରପୁର ହସପିଟାଲ ପରିସରରେ ଥିବା ପରିତ୍ୟକ୍ତ ଘରୁ ମିଳିଥିଲା ଲକ୍ଷ୍ମୀଙ୍କର ଅର୍ଦ୍ଧଦଗ୍ଧ ମୃତଦେହ। ଘର ଲୋକଙ୍କ ଅଭିଯୋଗ ଏହା ରେପ ଆଣ୍ଡ ମର୍ଡର। ଏଭଳି ଏକ ସମ୍ବେଦନଶୀଳ ମାମଲାର ତଦନ୍ତରେ ଶିଥିଳତା ଧରାପକାଇ ଦେଇଛି ବିଜେଡି ସରକାରଙ୍କ ମିଛ ଆଦିବାସୀ ପ୍ରୀତି।
ଅଧିକ ପଢ଼ନ୍ତୁ ଓଡିଶା ଖବର: