ପ୍ରଚଣ୍ଡ ଖରା ଆଉ ଗୁଳୁଗୁଳିରେ ସନ୍ତୁଳୀ ହେଉଥିବା ଆମ ରାଜଧାନୀ ଏବେ ଡେଙ୍ଗୁମୟ ହେବାକୁ ଯାଉଛି। ଗତ ୫ରୁ ୭ ଦିନ ମଧ୍ୟରେ ଡମଣା, ଶ୍ରୀବିହାର ଅଞ୍ଚଳରେ ୧୨ରୁ ଅଧିକ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ଭିତରୁ ୫ ପଜିଟିଭ ଗୋଟିଏ ପରିବାରର। ଏହି ୭ ଆକ୍ରାନ୍ତଙ୍କ ଭିତରୁ ଜଣଙ୍କ ଅବସ୍ଥା ସାଙ୍ଘାତିକ। ତାଙ୍କୁ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ କରାଯାଉଛି। କେତେବେଳେ କ’ଣ ହେବ ତାହା କହିବା ମୁସକିଲ ବୋଲି କହିଛନ୍ତି ଡାକ୍ତର।
ସମସ୍ତ ଆକ୍ରାନ୍ତ ପ୍ରଥମେ ଜରରେ ପଡୁଛନ୍ତି। ଦେହହାତ ବିନ୍ଧା, ଗଣ୍ଠି ଓ ମାଂସପେଶୀରେ କଷ୍ଟ ଅନୁଭବ କରୁଛନ୍ତି। ଅନେକ ମଧ୍ୟ ବାନ୍ତି କରୁଛନ୍ତି।
ପ୍ରଥମେ ଡମଣା ଓ ପରେ ଶ୍ରୀବିହାର ଅଞ୍ଚଳରେ ଡେଙ୍ଗୁ ମାତିଥିବାରୁ ଲୋକେ ଏବେ ଚିନ୍ତାରେ। ସ୍ଥାନୀୟ ଲୋକଙ୍କ ମତରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨ରୁ ଅଧିକ। ହେଲେ ଏ ବାବଦରେ ବିଏମସି ପାଖରେ ଖବର ସୁଦ୍ଧା ନାହିଁ। ଯଦି ଥାଆନ୍ତା ମେୟର ସୁଲୋଚନା ଦାସ, ଗଣମାଧ୍ୟମର ବୁମ ଆଡେଇ ଚାଲିଯାଇ ନ ଥାନ୍ତେ ବୋଲି ଚର୍ଚ୍ଚା ହେଉଛି।