ସେପଟେ ଭୀଷଣ ଜ୍ୱରରେ କମ୍ପୁଛି ଶ୍ରୀଜିଉଙ୍କ ଶ୍ରୀଅଙ୍ଗ । ଅନବଶର ପିଣ୍ଡିରେ ଚାଲିଛି ଚତୁର୍ଦ୍ଧାମୂରତିଙ୍କ ଗୁପ୍ତନୀତି ଉପଚାର । ଗତକାଲି ସ୍ନାନପୂଣ୍ଣୀମାରେ ୧୦୮ ସୁବାଶିଷ ଗରା ଜଳରେ ସ୍ନାନକରି ଜ୍ୱରରେ କମ୍ପୁଛନ୍ତି ଶ୍ରୀଜୀଉ । ସେଥିପାଇଁ ରତ୍ନବେଦିରେ ପୂଜାପାଉଛନ୍ତି ପଟିଦିଅଁ । ସେପଟେ ପୁରୀରେ ଦାରୁବ୍ରହ୍ମଙ୍କ ଦର୍ଶନ ନପାଇ ବ୍ରହ୍ମଗିରିରେ ଶିଳାବ୍ରହ୍ମ ଅଲାରନାଥଙ୍କୁ ଦର୍ଶନ କରୁଛନ୍ତି ହଜାର ହଜାର ଭକ୍ତ ।
ଭକ୍ତଙ୍କ ମନରେ ବିଶ୍ବାସ ରହିଛି, ବର୍ଷ ତମାମ ଶ୍ରୀମନ୍ଦିରରେ ଦାରୁ ବ୍ରହ୍ମଙ୍କୁ ଦର୍ଶନ କଲେ ଯେତିକି ପୂଣ୍ୟ ମିଳିଥାଏ, ବର୍ଷକ ମଧ୍ୟରେ ପଡୁଥିବା ଅନବସରର ଗୋଟିଏ ଦିନ ଶିଳାବ୍ରହ୍ମଙ୍କୁ ଦର୍ଶନ କଲେ ସମ ପରିମାଣରେ ପୂଣ୍ୟ ମିଳିଥାଏ । ପୁରୀରେ ମହାପ୍ରଭୁ ଚତୁର୍ଦ୍ଧାମୁରତିଙ୍କୁ ଦର୍ଶନ ନପାଇ ଭକ୍ତମାନେ ଭାବବିହ୍ଵଳ ହୋଇ ଧାଇଁ ଆସୁଛିନ୍ତି ଶିଳାବ୍ରହ୍ମ ଅଲାରନାଥଙ୍କୁ ଦର୍ଶନ ପାଇଁ । ଆଉ ଅଲାରନାଥଙ୍କୁ ଜଗନ୍ନାଥ ରୂପରେ ଦର୍ଶନ କରି ଭାବ ବିହୋଳ ହୋଇପଡୁଛନ୍ତି ଭକ୍ତ ।
ଆହୁରି ପଢନ୍ତୁ ଓଡିଶା ଖବର...