1971ରେ ହୋଇଥିବା ଇନ୍ଦିରା - ମୂଜିବୁର ଚୁକ୍ତି ଅନୁସାରେ 12 ଲକ୍ଷ ଅଳ୍ପ ସଂଖ୍ୟକ ବାଂଲାଦେଶ ଓ ପାକିସ୍ତାନରୁ ଆସି ଭାରତରେ ପହଞ୍ଚିଥିଲେ । ସେତେବେଳେ କଂଗ୍ରେସ ସରକାର ସେମାନଙ୍କୁ କାହିଁକି ଗ୍ରହଣ କରିଥିଲା । ସେ କଥା ଟିଏମସିର ମୁଖ୍ୟ ମମତା ବାନାର୍ଜୀ କହିନାହାନ୍ତି କାହିଁକି ? CAA ଜମା ବି ମୁସଲମାନ ବିରୋଧୀ ନୁହେଁ । ଭାରତ ବସୁଧୈବ କୁଟୁମ୍ବକମରେ ବିଶ୍ୱାସ କରେ । ତେଣୁ ଜାତି, ଧର୍ମ କି କ୍ଷେତ୍ରରେ ଆଧାରରେ ଏହି ନିୟମ କରାଯାଇନାହିଁ । ମାନବିକତା ଆଧାରରେ ଏହି ନିୟମ କରାଯାଇଛି ।
ଓଡ଼ିଶାରେ ବଙ୍ଗଳାଦେଶୀ ଅନୁପ୍ରବେଶକାରୀ ଏବଂ କେତେ ରୋହିଙ୍ଗିଆ ଅଛନ୍ତି, ସରକାର ତାଙ୍କ ଉପରେ କଣ ପଦକ୍ଷେପ ନେଉଛନ୍ତି, ସେ ବାବଦରେ ଗତ ବର୍ଷ ମାର୍ଚ୍ଚ ମାସରେ ବିଧାନସଭାରେ ପ୍ରଶ୍ନ କରିଥିଲେ ସୁରଜ । ସରକାର ଉତ୍ତର ଦେଲେ ଯେ ଓଡ଼ିଶାରେ 1 ଲକ୍ଷ 57 ହାଜର ବାଂଲାଦେଶୀ ଅନୁପ୍ରବେଶକାରୀ ଓଡ଼ିଶାରେ ଅଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...