୦୦ରୁ ଅଧିକ ଲୋକ ରହୁଥିବା ଗାଁରେ ଲୋକଙ୍କ ଶୋଷ ମେଣ୍ଟାଉଛି ଚୁଆ ପାଣି । ଗାଁରେ ଥିବା ୨ଟି ସରକାରୀ ନଳକୂପରୁ ବାହାରୁଛି ମଇଳା ପାଣି । ଫଳରେ ଦୁଇ କିଲୋମିଟର ରାସ୍ତା ଅତିକ୍ରମ କରି ସାପୁଆ ନଦୀରେ ଚୁଆ କରି ପାଣି ଆଣୁଛନ୍ତି ଗାଁ ଲୋକେ । ସାରା ରାଜ୍ୟରେ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଲୋକେ । ବାଙ୍କୀରୁ କଣ୍ଟାବାଞ୍ଜି, ରାଉରକେଲାରୁ ଗଜପତି ସବୁଠି ପିଇବା ପାଣି ପାଇଁ ଲୋକେ କେମିତି ହଇରାଣ ହେଉଛନ୍ତି ।
ରାଉରକେଲା, ସୁନ୍ଦରଗଡ଼, ସମ୍ବଲପୁର ଓ ହୀରାକୁଦ ଭଳି ସହରରେ ବି ଦୂଷିତ ପାଣି ଯୋଗୁଁ ବ୍ୟାପିଲା ହଇଜା । ରାଜ୍ୟବାସୀଙ୍କୁ ପିଇବା ପାଣି ମୁନ୍ଦେ ଯୋଗାଇବାରେ ବିଫଳ ୨୪ ବର୍ଷର ସରକାର । ଯାହାକୁ ନେଇ ସମ୍ବଲପୁର ବୁର୍ଲାରେ ଯୁବ ଭୋଟରଙ୍କ ସହ ଆଲୋଚନା ବେଳେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଅଧିକ ପଢନ୍ତୁ : ଭୁଲ ଲୁଚାଇବାକୁ କେନ୍ଦ୍ର ଉପରେ ଦୋଷ ଲଦିଲେ ରାଜ୍ୟ ସରକାର ?
କେବଳ ପାଣି ନୁହେଁ ମହିଳାଙ୍କୁ ସୁରକ୍ଷା ହେଉ କି ଚାଷୀଙ୍କ ସମସ୍ୟା ସବୁ ପ୍ରସଙ୍ଗରେ ଫେଲ୍ ବିଜେଡି ସରକାର । ଗୋଟିଏ ପଟେ ଅପାରଗତାର ଲମ୍ବା ଚିଠା ଅନ୍ୟପଟେ ବିକାଶ ନାଁରେ ମାଳ ମାଳ ମିଛ ପ୍ରଚାରରେ ବ୍ୟସ୍ତ ବିଜେଡି ସରକାର । ଏ ନେଇ କଡ଼ା ସମାଲୋଚନା କରିଛନ୍ତି ଧର୍ମେନ୍ଦ୍ର । ଓଡ଼ିଶାକୁ ବିକାଶର ଧାରାରେ ଆଗେଇ ନେବାକୁ ଡବଲ୍ ଇଞ୍ଜିନ୍ ସରକାର ପାଇଁ ଆହ୍ବାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।