ସେପଟେ ସାମ୍ବାଦିକ ଅକ୍ଷୟ ନାୟକଙ୍କ ସହ ଫୋନରେ ସାଂଘାତିକ କଥା କହିଥିଲେ ବିଜେଡି ଜିଲ୍ଲା ପରିଷଦ ସଭ୍ୟ ମୃତ ଧର୍ମେନ୍ଦ୍ର ସାହୁ । ତାଙ୍କ ମୃତ୍ୟୁ ହେଲେ ତାଙ୍କ ପତ୍ନୀ, ସମୀର ଦାସ, ବିନ ଦାସ ଚିନୁ ଓ ଅନ୍ୟମାନେ ଦାୟୀ ହେବେ ବୋଲି କହିଥିଲେ । ଖାଲି ସେତିକି ନୁହେଁ, ସମୀର ଦାସ ତାଙ୍କ ପତ୍ନୀଙ୍କୁ ନିସା ଦେଇ ଦୁଷ୍କର୍ମ କରିଥିଲେ, ବିନଦାସ ଚିନୁ ତାର ଭିଡିଓ କରି ବ୍ଲାକମେଲ କରୁଥିଲେ ବୋଲି ଅଭିଯୋଗ ବି କରିଥିଲେ ।
ମୃତ୍ୟୁ ପୂର୍ବରୁ ଧର୍ମେନ୍ଦ୍ର ତାଙ୍କ ପୋଷ୍ଟରେ ତାଙ୍କ ମୋବାଇଲରେ ଦୁଇଟି ଭିଡିଓ କଥା ବି ଉଲ୍ଲେଖ କରିଥିଲେ । ମୋବାଇଲ ଜବତ ହେଲା, ସାମ୍ବାଦିକ ଅକ୍ଷଯ ନାୟକଙ୍କ ମୋବାଇଲ ବି ଜବତ ହେଲା । ହେଲେ ପୋଲିସ ତଦନ୍ତ ବାଟବଣା । ଶୁକ୍ରବାର ଧର୍ମେନ୍ଦ୍ରଙ୍କ ଶିଶୁପାଳଗୋସ୍ଥିତ ଘରକୁ କମିଶନରେଟ୍ ପୋଲିସ ଯାଇ ଛାନଭିନ୍ କରିଛି । ତେବେ ଏତେ ଦିନ ପରେ ପ୍ରମାଣ ଖୋଜିବାକୁ ଯାଇଛି ନା ପ୍ରମାଣ ନଷ୍ଟ କରିବାକୁ ଯାଇଛି ତାକୁ ନେଇ ଉଠିଛି ପ୍ରଶ୍ନ ।