ସମୟ ଭୋର 5 ଟା ହେବ । ସ୍ଥାନ କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା NH-20 ବାଲିଯୋଡି । ଘଟଗାଁ ମନ୍ଦିର ଆଉ 3 କିମି । ଛିଡା ହୋଇଥିବା ଟ୍ରକ୍ କୁ ଖୁବ୍ ଜୋରରେ ପିଟିଲା ୱିଙ୍ଗର୍ ଭ୍ୟାନ୍ । ଆଉ କେଇଟା ମୁହୂର୍ତ୍ତରେ ସବୁ କିଛି ଛାରଖାର୍ । ଆଉ ଅଧାରେ ରହିଲା ତାରିଣୀ ଦର୍ଶନ । ଯେଉଁଥିରେ 8 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆହୁରି 11 ଜଣ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି । ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି ।
ଗାଡ଼ିରେ ମୋଟ 20 ଜଣ ଥିବାବେଳେ ଅନ୍ୟ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଶବ ବ୍ୟବଚ୍ଛେଦ ପାଇଁ ସମସ୍ତ ୮ଟି ଶବକୁ କେନ୍ଦୁଝର ସ୍ଥାନାନ୍ତର କରାଯାଇଛି । ମୃତକ ମଧ୍ୟରେ ୪ ଜଣ ପୁରୁଷ, ୩ ଜଣ ମହିଳା ଓ ଜଣେ ୪ ବର୍ଷର ଶିଶୁକନ୍ୟା ରହିଛନ୍ତି । ସମସ୍ତ ମୃତକଙ୍କ ପରିଚୟ ସାମ୍ନାକୁ ଆସିଥିବା ବେଳେ ବତାଗଡ ଗାଁର ମଦନ ଗୌଡ, ବାୟାଘନ ଗୌଡ, ପାଳଝାଡ଼ି ଗାଁର କାମିନୀ ଗୌଡ, ପୋଡାମାରି ଗାଁର ଆକାଶ ପ୍ରଧାନ, ଲିଜା ପ୍ରଧାନ, ହଡ଼ିଆନି ପ୍ରଧାନ ଏବଂ ଦେଖାଲି ଗାଁର ବାବୁଲା ଗୌଡଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ସେପଟେ ମୃତକଙ୍କ ମଧ୍ୟରେ ପୂର୍ବତନ ରାଜ୍ୟସଭା ସାଂସଦ ରେଣୁବାଳା ପ୍ରଧାନଙ୍କ ମାଆ, ପୁଅ, ବୋହୂ ଥିବା ସୂଚନା । ୩ ମୃତକ ପୂର୍ବତନ ରାଜ୍ୟସଭା ସାଂସଦ ରେଣୁବାଳା ପ୍ରଧାନଙ୍କ ସମ୍ପର୍କୀୟ । 5ମାସ ପୂର୍ବେ ରେଣୁବାଳା ପ୍ରଧାନଙ୍କ ପରିବାରରୁ ବସ୍ ଦୁର୍ଘଟଣାରେ 12 ଜଣଙ୍କ ମୃତ୍ୟୁ ହୋଇଥିଲା।