ତେବେ ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସମେତ ଛାତ୍ରଛାତ୍ରୀଙ୍କ ଏପରି କାର୍ଯ୍ୟକୁ ନେଇ ମହାବିଦ୍ୟାଳୟ ଏବଂ ଜିଲ୍ଲାରେ ମଧ୍ୟ ଖୁସିର ଲହର ଖେଳିଯାଇଛି । ଆଗାମୀ ଦିନରେ ଉକ୍ତ ଗବେଷଣାରେ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ସହଯୋଗ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଶ୍ରୀମତି ସିଂ । ଅନ୍ୟପଟେ ଗବେଷକ ଟିମ ସଦସ୍ୟ ସୁଶ୍ରୀ ବାଗ ଓ ଶ୍ରୀ ବିଶ୍ୱାଳ ମହାବିଦ୍ୟାଳୟ ଅଧ୍ୟକ୍ଷ ଭି.ଆର ରତ୍ନଶ୍ରୀ, ଅଧ୍ୟାପକ ପିକେ ଗନ୍ତାୟତ ଏବଂ ବବିତା ଶ୍ରଫ୍ଙ୍କୁ ଗବେଷଣାରେ ସହଯୋଗ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି। ଉକ୍ତ ଗବେଷକ ଟିମ ରାୟଗଡ଼ା ଜିଲ୍ଲା ସଦରମହକୁମା ଅନ୍ତର୍ଗତ ଡ଼ୁମାଗୁଡା ନିକଟସ୍ତ ପାହାଡ଼ରୁ ପ୍ରସ୍ତର ଯୁଗର ସନ୍ଧାନ ପାଇଥିଲେ । ରିପୋର୍ଟ ଅନୁଯାୟୀ ୪୦,୦୦୦ ବର୍ଷ ପୁରୁଣା ସଭ୍ୟତାର ଏହା ଅଂଶବିଶେଷ ବୋଲି ଅନୁମାନ କରାଯାଉଛି।
ରାୟଗଡା ଜିଲ୍ଲାର ଡୁମାଗୁଡ଼ା ପାହାଡ଼ରୁ ପ୍ରସ୍ତରଯୁଗର ପଥରରେ ନିର୍ମିତ ଅନେକ ହାତହତିଆର ସହିତ ସେହିଯୁଗର ଲୋକମାନେ ରହୁଥିବା ଦୁଇଟି ଗୁମ୍ଫା ମିଳିଥିବାର ସୂଚନା କ୍ୱାଟରଲି ଜର୍ଣ୍ଣାଲ ଅଫ ଦ ମିଥିକ ସୋସାଇଟି (ବାଙ୍ଗାଲୋର) ରେ ପ୍ରକାଶ ପାଇଥିଲା। ଗବେଷକଙ୍କ ମତରେ ରାୟଗଡା ସହରର ଚାରିପାଖରେ ବହୁ ପ୍ରାଚୀନ ଗୁମ୍ଫା ଅଛି । ଆଧୁନିକ ବାସସ୍ଥାନ ଏବଂ କୃଷି କାର୍ଯ୍ୟ କଳାପ ହେତୁ ଏହି ଗୁମ୍ଫାଗୁଡ଼ିକ ନଷ୍ଟ ହୋଇଯାଉଛି । ଯଦି ଏହାକୁ ସଂରକ୍ଷଣ କରାଯାଏ ତେବେ ଏହା ଭବିଷ୍ୟତରେ ଗବେଷକ ମାନଙ୍କ ପାଇଁ ବହୁତ ଉପଯୋଗୀ ହୋଇପାରିବ ତଥା ଏକ ପର୍ଯ୍ୟଟନ ସ୍ଥଳ ଭାବରେ ମଧ୍ୟ ବିକାଶ ହେଇପାରିବ ବୋଲି କୁହାଯାଇଥିଲା । ସେହିଭଳି ରାୟଗଡା ସହର ଉପଖଣ୍ଡ ଆଞ୍ଜିଆପେଟା ପାର୍ଶ୍ବ ପାହାଡ ଉପରେ ପ୍ରସ୍ତରଯୁଗ ମନୁଷ୍ୟ ସଭ୍ୟତାର ପାଦ ଚିହ୍ନ ମିଳିଥିଲା । ସେହି ସମୟରେ ପ୍ରାଚୀନ ମଣିଷ ଦ୍ୱାରା ବ୍ୟବହୃତ ସାମଗ୍ରୀ ତଥା ଉପକରଣ ଗୁଡିକ ଗବେଷକଙ୍କୁ ମିଳିଥିଲା । ଜଙ୍ଗଲରୁ ଶିକାର ପାଇଁ ବ୍ୟବହୃତ ଧାରୁଆ ଟାଙ୍ଗିଆ ଆକୃତିର ପଥରରେ ତିଆରି ଅସ୍ତ୍ର, ସ୍କାରପର (ରାମ୍ପିବା ପାଇଁ ବ୍ୟବହୃତ ଉପକରଣ), ବୁରିନ (କାଠକୁ ଖୋଦେଇ ଉପକରଣ) ଏବଂ ଚିସେଲ (କଠିନ ବସ୍ତୁ ଭାଙ୍ଗିବ ଉପକରଣ) ଇଦ୍ୟାତି ସଂଗ୍ରହ ହୋଇଥିଲା । ଏହି ଗବେଷଣା ଟିମ୍ ରେ ଦିଲ୍ଲୀ ବିଶ୍ଵବିଦ୍ୟାଳୟର ଗବେଷକ ଲୋକେଶ କୁମାର ଦୁର୍ଗା, ରାୟଗଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟର ଇତିହାସ ବିଭାଗର ଅଧ୍ୟାପିକା ଦମୟନ୍ତୀ ବାଗ ଏଵଂ ଅଧ୍ୟାପକ ପ୍ରତାପ କୁମାର ବିଶ୍ଵାଳଙ୍କ ସମେତ ସ୍ନାତକୋତର ଶିକ୍ଷାର୍ଥୀ ସାମିଲ ଅଛନ୍ତି। ତେବେ ଏନେଇ ଏସାଇ ପକ୍ଷରୁ ଏହାର ଯାଞ୍ଚ କରାଗଲା ପରେ ହିଁ ଏଠାରେ ପ୍ରସ୍ତର ଯୁଗଥିବାନେଇ ପ୍ରମାଣିତ ହୋଇ ପାରିବ ବୋଲି କହିଛନ୍ତି ଅଧ୍ୟାପକ ଏବଂ ଜିଲ୍ଲାପାଳ।