ଲଗାତାର ଦୁଇ ଦିନ ଧରି ବିଜେଡି କର୍ମୀ ସାମ୍ବାଦିକ ସମ୍ମିଳନୀ କରୁଛନ୍ତି । ଆଉ ଚର୍ଚ୍ଚା ଗୋଟିଏ । ଦଳ କାହାକୁ ଦେବ ଟିକେଟ୍ ? ଯଦି ଦଳୀୟ ନେତାଙ୍କୁ ଟିକେଟ୍ ମିଳେ କିଛି ଅସୁବିଧା ନାହିଁ । କିନ୍ତୁ ଆମଦାନୀ ନେତାଙ୍କୁ ଟିକେଟ୍ ଦେଲେ ସମର୍ଥନ କରିବୁନି ବୋଲି ରୋକଠୋକ କହିଲେଣି କର୍ମୀ ।
ଫେବୃଆରୀ 21 ରେ ସିନାପାଲି ବ୍ଲକ ବିଜେଡିର ସାମ୍ବାଦିକ ସମ୍ମିଳନୀ ହୋଇଥିଲା । ଯେଉଁଥିରେ ଅନ୍ୟ ଦଳର ନେତାଙ୍କୁ ବିଜେଡି ଟିକେଟ ଦେବା ନେଇ ଅଞ୍ଚଳରେ ଚର୍ଚ୍ଚାକୁ ବିଜେଡି କର୍ମୀ ମାନେ ସହଜରେ ଗ୍ରହଣ କରୁ ନଥିବାବେଳେ ଅନ୍ୟ ଦଳର ନେତାଙ୍କୁ ବିଜେଡି ଟିକେଟ ଦେଲେ ବିଜେଡି କର୍ମୀ ଇସ୍ତଫା ଦେବେ ବୋଲି ସଫା ସଫା ଶୁଣାଇଲେ ।
ଫେବୃଆରୀ ୨୧ ପରେ ପୁଣି ଫେବୁଆରୀ 22ରେ ହେଲା ଆଉ ଏକ ସମ୍ମିଳନୀ । ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ବିଜେଡି ଭାଗ ଭାଗ ହୋଇ ଯିବ ବୋଲି କର୍ମୀ ମହଲରେ ଜୋର୍ ସୋର୍ ଚର୍ଚ୍ଚା ହେଲା । ବିଜେଡି ଟିକେଟ ଚର୍ଚ୍ଚା ନେଇ ଏବେ ବିଜେଡି କର୍ମୀ ଅସନ୍ତୋଷ ଦେଖିବାକୁ ମିଳୁଛି । ଅଞ୍ଚଳରେ ବିଜେଡିର ନେତୃତ୍ତ୍ୱ ନେଉଥିବା ଲମ୍ବୋଦର ନିଆଲଙ୍କୁ ବିଜେଡି ଟିକେଟ ନଦେଲେ ସାମୁହିକ ଇସ୍ତଫା ଦେବା ନେଇ ଖଡ଼ିଆଳ ଠାରେ ଦ୍ୱିତୀୟ ଥର ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ବିଜେଡି କର୍ମୀ ।