ଅଧିକ ପଢନ୍ତୁ ଓଡ଼ିଶା ଖବର
ବହୁ ବୟସ୍କବ୍ୟକ୍ତି ଓ ଛୋଟ ପିଲା ମାନେ ଏହାର ଶିକାର ହେଲେଣି। ବିଶେଷ କରି ଅଂଚଳରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ,ସୈନିକ ସ୍କୁଲ, ଉତ୍କଳ ବିଶ୍ୱବିଦ୍ୟାଳୟ, ଇଷ୍ଟକୋଷ୍ଟ ରେଲୱେ ଅଫିସ, ମେଡିକାଲ, ସରକାରୀ ଓ ଘରୋଇ କଲୋନୀ, ଅପୋଲ ହସ୍ପିଟାଲ ସମ୍ପୂର୍ଣ ପ୍ରଭାବିତ। ସ୍ଥାନୀୟ ଗାଁ ଗାଡ଼କଣ, ରଙ୍ଗମାଟିଆ, ଡମଣା, ମଞ୍ଚେଶ୍ୱର ସହିତ ଗଜପତି ନଗର, ସରକାରୀ କ୍ୱାଟର, କଲୋନୀ ଆଦି ବାସିନ୍ଦା ତ୍ରାହି ତ୍ରାହି କଲେଣି। ମନ୍ଦିର ମାଳିନୀ ରାଜଧାନୀ ସହରକୁ କନ୍ଧିଆ ସହର ଭାବରେ ପରିଣତ କରିଥିବା ବିଜୁ ଜନତା ଦଳ ର ନେତା ମାନଙ୍କୁ ଯେତେ ଧିକ୍କାର କଲେବି କମ୍ ହେବ ବୋଲି ତୃତୀୟ ଦିନର ସତ୍ୟାଗ୍ରହ ରେ ରାଜ୍ୟ ପ୍ରବକ୍ତା ଦିଲ୍ଲୀପ ମହାନ୍ତି କ୍ଷଭୋ ପ୍ରକାଶ କରି କହିଛନ୍ତି।
ଭୁବନେଶ୍ଵରକୁ ଆବର୍ଜନା ଓ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରିବାରେ ବିଜୁ ଜନତା ଦଳ ୧ ନମ୍ବର। ବିଜୁ ଜନତା ଦଳର ବିଧାୟକ ମାନେ ଓ ମେୟର ନୈତିକତା ଦୃଷ୍ଟିରୁ ରାଜଧାନୀ ବାସୀଙ୍କୁ କ୍ଷମା ପ୍ରାର୍ଥନା କରିବା ସହ ସ୍ଥାନୀୟ ଅଞ୍ଚଳରେ ଏଥିପାଇଁ ରୋଗରେ ଆକ୍ରାନ୍ତ ଲୋକଙ୍କ ଚିକିତ୍ସା ଖର୍ଚ୍ଚ ବହନ କରନ୍ତୁ। ଏହି ଦୁର୍ଗନ୍ଧ ପରିବେଶ ପାଇଁ ଭୁବନେଶ୍ୱରବାସିନ୍ଦାଙ୍କ ଦୁଃଖ ଓ ଧର୍ଯ୍ୟର ସୀମାକୁ ରାଜ୍ୟ ସରକାର ପରୀକ୍ଷା ନକରି ଏହାର ସୁବ୍ୟବସ୍ଥା କରନ୍ତୁ । ନବୀନ ବାବୁ ଏହି ‘ଡମ୍ପିଂ ୟାର୍ଡ’ର ସ୍ଥାୟୀ ସମାଧାନ ନକଲେ ଭାରତୀୟ ଜନତା ପାର୍ଟି ଏହି ସତ୍ୟାଗ୍ରହକୁ ଜାରି ରଖିବ।ଏହି ସମସ୍ୟାର ସ୍ତାଇ ସମାଧାନ ନ କରାଗଲେ ଆଗାମୀ ଦିନରେ ଭାରତୀୟ ଜନତା ପାର୍ଟି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ପକ୍ଷରୁ ଆଇନି ଅମାନ୍ୟ ଆନ୍ଦୋଳନ ,ଜେଲ୍ ଭର ଅନ୍ଦୋଳନାତ୍ମ କାର୍ଯ୍ୟପନ୍ଥା ଗ୍ରହଣ କରିବ। ଅଳିଆ ପାହାଡ଼ କରି ଦାୟିତ୍ବ ନନେଲେ ଭୁବନେଶ୍ୱର ବାସୀ ସେ ଦାୟିତ୍ବ ନେବାକୁ ପସ୍ତୁତ ତେଣୁ ମେୟର ମହୋଦୟ ଙ୍କୁ ବିନମ୍ବର ଅନୁରୋଧ ସେ ଦାୟିତ୍ବ ଛାଡ଼ିଦିଅନ୍ତୁ ବୋଲି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ସଭାପତି ବାବୁ ସିଂ କହିଛନ୍ତି।
ବିଜୁ ଜନତା ଦଳ କେବଳ ରାଜନୀତି କରିବାରେ ବେସ୍ତ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବା ରେ ନୁହେଁ ,ଏହା ନୈତିକ ହିନ ରାଜନେତା ମାନଙ୍କ ଲକ୍ଷଣ। ସ୍ବଚ୍ଛତା ନାମରେ କୋଟି କୋଟି ଟଙ୍କା ଦୁର୍ନୀତି କରିବା ଓ ସାଧାରଣ ଲୋକଙ୍କ ଟଙ୍କା ଲୁଟି ଖାଇବା ବିଜୁ ଜନତା ଦଳର ଅଭ୍ୟାସ। ଏହି ଆନ୍ଦୋଳନ ଲୋକଙ୍କ ପାଇଁ ଚାଲିଛି ଓ ଆଗକୁ ମଧ୍ୟ ଏଭଳି ଚାଲିଥିବ ବୋଲି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ କହିଛନ୍ତି।
ଆଜିର ଏହି ତୃତୀୟ ଦିନର ସତ୍ୟାଗ୍ରହ ରେ ରାଜ୍ୟ ପ୍ରବକ୍ତା ରମାରଞ୍ଜନ ବଳିୟାରସିଂ, ଅନିଲ ବିଶ୍ଵାଳ, ସତ୍ୟବ୍ରତ ପଣ୍ଡା, ବରିଷ୍ଟ ବିଜେପି ନେତା ସଜନ୍ ଶର୍ମା, ସୁଜିତ୍ କୁମାର ଦାସ,ବିଜେପି ନେତା ସୁଶାନ୍ତ ସାବତ, ରାଜେନ୍ଦ୍ର ଦାସ,ନିରଞ୍ଜନ ରାଉତରାୟ, ବିଜୟ ରାଉତ, ଯତୀନ୍ଦ୍ର ମହାନ୍ତି, ଅଞ୍ଜନ ନାଥ,ଅଶୋକ ସେଠୀ, ଲିପା ଦାସ, ସଂଗ୍ରାମ ନାୟକ, ମନୋରଞ୍ଜନ ସ୍ବାଇଁ ,ଜ୍ୱତିରେଖା ନାୟକ,ସୁମିତ୍ରା ଆଚାର୍ଯ୍ୟ, ସୋୟମ୍ଭୁ ପଟ୍ଟନାୟକ ଓ ଜିଲ୍ଲା ସମସ୍ତ ବରିଷ୍ଟ ନେତୃତ ଉପସ୍ଥିତ ଥିଲେ।