ଆଜି ଦୋଳ ପୂର୍ଣ୍ଣିମାରେ ସୁନାବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି । ସେହିପରି କାଲି ହୋଲି ବା ରଙ୍ଗଖେଳ । ଏଥିପାଇଁ ସମସ୍ତଙ୍କ ମଧ୍ୟରେ ବେଶ୍ ଉତ୍ସାହ ।
ଅଧିକ ପଢନ୍ତୁ ଓଡିଶା ଖବର
ପୁରୀ: ଦୋଳ ପାଇଁ ଉତ୍ସବ ମୁଖର ସାରା ରାଜ୍ୟ । ଦୋଳ ବିମାନରେ ବିଜେ କରି ଦ୍ବାର ଦ୍ବାର ବୁଲି ଚାଚେରୀ ଭୋଗ ଖାଉଛନ୍ତି ଠାକୁର । ବିମାନ ସମ୍ମୁଖରେ ନାଚ ସାଙ୍ଗକୁ ଘଣ୍ଟ ଏବଂ ମୃଦଙ୍ଗ ମାଡରେ କମ୍ପି ଉଠୁଛି ଗାଁ ଦାଣ୍ଡ । ପ୍ରାୟ ସବୁଠି ବେଶ୍ ଜାକଜମକରେ ଅନୁଷ୍ଠିତ ହେଉଛି ଦୋଳ ମେଳଣ ।
ଆଜି ଦୋଳ ପୂର୍ଣ୍ଣିମାରେ ସୁନାବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି । ସେହିପରି କାଲି ହୋଲି ବା ରଙ୍ଗଖେଳ । ଏଥିପାଇଁ ସମସ୍ତଙ୍କ ମଧ୍ୟରେ ବେଶ୍ ଉତ୍ସାହ ।
ଅଧିକ ପଢନ୍ତୁ ଓଡିଶା ଖବର
ବାଲେଶ୍ବର : ଚାକିରି ନାଁରେ ଠକେଇ। ଚାକିରି ସହ ଲାଇସେନ୍ସ କରାଇବା ନାଁରେ ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଠକେଇ କରିଥିବା ଅଭିଯୋଗ ହୋଇଛି। ଘଟଣାରେ ବାଲେଶ୍ବର ସୋର ଅଞ୍ଚଳର ରମେଶ ଚନ୍ଦ୍ର ପାଢ଼ୀଙ୍କୁ ଗିରଫ କରିଛି ପୋଲିସ। ସୂଚନା ଅନୁଯାୟୀ ରମେଶ ସାଜନପୁର ପଞ୍ଚାୟତ ଚପରପଦା ଗ୍ରାମର ସଞ୍ଜୟ କୁମାର ପଣ୍ଡା ଓ ତାଙ୍କର ୨୨ ଜଣ ସାଥୀଙ୍କୁ ବ୍ୟାଙ୍କରେ ଚାକିରୀ କରାଇଦେବା ନାଁ ରେ ପ୍ରତ୍ୟେକଙ୍କ ଠାରୁ ୩ ଲକ୍ଷ ଟଙ୍କା ଠକି ନେଇଛି।
ଅଧିକ ପଢନ୍ତୁ : ନିଜକୁ ଇଡି କହି ଶହ ଶହ ଲୋକଙ୍କ ଠୁ ଠକି ନେଲେ ଟଙ୍କା
ସେହିପରି ୨୦୧୫ ରେ ଶୁଶାନ୍ତ କୁମାର ଦାସଙ୍କଠାରୁ କିରୋସିନ ଡିଲର ଶିପ କରାଇଦେବାର ଆଳ ଦେଖାଇ ୫୮ ଲକ୍ଷ ଟଙ୍କା ଠକିଥିଲା ରମେଶ। ଉଭୟ ମାମଲାରେ ପୋଲିସ ରମେଶକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ରମେଶଙ୍କ ନାମରେ ସୋର ଥାନାରେ ୯ ଟି ଓ କେଉଁଝର ଟାଉନ ଥାନାରେ ଗୋଟିଏ ଠକେଇ ମାମଲା ଅଛି।
କଟକ: ମଦ୍ୟପ ଯୁବକଙ୍କ ଆକ୍ରମଣରେ ବୃଦ୍ଧ ଗୁରୁତର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ବାଙ୍କୀ ଥାନା ଅଞ୍ଚଳରେ । ବାଙ୍କୀ ଥାନା ସାହାଡ଼ାପଦା ଗାଁରେ ଶିଲୁ ସ୍ୱାଇଁ ନାମକ ଯୁବକ ସେହି ଗାଁ ଜଣେ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ବୃଦ୍ଧାଙ୍କୁ ବାଙ୍କୀ ଡ଼ାକ୍ତର ଖାନା ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ପୂର୍ବରୁ ମଧ୍ୟ ଅଭିଯୁକ୍ତ ଶିଲୁ ସ୍ୱାଇଁ ନାଁରେ ମଦ୍ୟ ପାନ କରି ଗାଳି ଗୁଲଜ କରିବା ସହିତ ଲୋକଙ୍କୁ ମାରଣାନ୍ତକ ଆକ୍ରମଣ କରୁଥିବା ଥାନାରେ ଅଭିଯୋଗ ହୋଇଥିଲା ।
ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନେ ନେଇ ନଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତକୁ ତୁରନ୍ତ ଗିରଫ ପାଇଁ ଥାନା ସମ୍ମୁଖରେ ଧାରଣା ଦେଇଥିବା ଗ୍ରାମବାସୀଙ୍କୁ ଉଠିଯିବାକୁ ଧମକ ଦେଉଛନ୍ତି ବାଙ୍କୀ ଥାନା ଅଧିକାରୀ ଶିବ ଚରଣ ବେହେରା । ସେପଟେ ଅଭିଯୁକ୍ତ ଶିଲୁ ସ୍ବାଇଁଙ୍କୁ ଗିରଫ କରା ନ ଗଲେ ଧାରଣାରୁ ଓହରିବେ ନାହିଁ ବୋଲି ଚେତାବନି ଦେଇଛନ୍ତି ଗ୍ରାମବାସୀ ।
ଅଧିକ ପଢନ୍ତୁ ଓଡ଼ିଶା ଖବର