ବିଭିନ୍ନ ସର୍ଭେରେ ମୁଖ୍ୟମନ୍ତ୍ରୀଙ୍କ କମୁଥିବା ଲୋକପ୍ରିୟତା ବିଜେଡି ପାଇଁ ଚିନ୍ତାର କାରଣ ହୋଇଛି। ଇଣ୍ଡିଆ ଟୁଡେର ମୁ଼ଡ୍ ଅଫ ନେସନ ପୋଲରେ ରାଜ୍ୟରେ ନବୀନଙ୍କ ଲୋକପ୍ରିୟା ହ୍ରାସ ପାଉଥିବା ଦର୍ଶାଇଛି। 2023 ଜାନୁୟାରୀରେ ଓଡ଼ିଶାରେ 73.2 ପ୍ରତିଶତ ଲୋକ ନବୀନଙ୍କୁ ପସନ୍ଦ କରୁଥିଲେ, ବର୍ଷକ ପରେ ଏହା ଆସି ପହଞ୍ଚିଛି 52.7 ପ୍ରତିଶତରେ। ଅର୍ଥାତ 12 ମାସରେ ନବୀନଙ୍କ ଲୋକପ୍ରିୟତା 20 ପ୍ରତିଶତ ହ୍ରାସ ପାଇଛି। ସେପଟେ ମୋଦିଙ୍କ ଶାସନ ସମୟରେ ଓଡିଶା ଅଧିକ ଲାଭବାନ ହୋଇଛି, ସଙ୍ଗଠନ ବି ଅଧିକ ସକ୍ରିୟ ହୋଇଛି ।
ଯେଉଁଥିପାଇଁ 2019 ଲୋକସଭା ନିର୍ବାଚନରେ ଦଳର ଭୋଟ ପ୍ରତିଶତ 18 ରୁ 38 କୁ ବଢିଥିଲା... ବିଧାନସଭାରେ କଂଗ୍ରେସ କୁ ପଛକୁ ହଟାଇ ରାଜ୍ୟରେ ବିଜେପି ହୋଇଥିଲା ମୁଖ୍ୟ ବିରୋଧୀ ଦଳ, ବିଜେଡିର ଜନପ୍ରିୟତାକୁ ପଛରେ ପକାଇ 8 ଲୋକସଭା ଆସନରେ ବିଜୟ ହାସଲ କରିଥିଲା ବିଜେପି ।ଗତ ପଂଚାୟତ ଓ ପୌର ନିର୍ବାଚନରେ ସରକାରୀ କଳର ଖୁଲମ ଖୁଲା ଅପବ୍ୟବହାର ସତ୍ତ୍ବେ 30 ପ୍ରତିଶତରୁ ଅଧିକ ଭୋଟ ପାଇଥିଲା ଦଳ।
ଅଧିକ ପଢ଼ନ୍ତୁ ଓଡିଶା ଖବର: