ସମଲେଶ୍ଵରୀ ବିକାଶର ଫେଜ ୨ର ବିକାଶ କଳ୍ପନା ଆରମ୍ଭ ହୋଇଛି । ପ୍ରଶାସନ ସହ ଆଲୋଚନ କରି ନିର୍ଦ୍ଦେଶ ଦେବି ମା' ସମଲେଶ୍ବରୀ ପୀଠ ଅତ୍ୟାଧୁନିକ କେନ୍ଦ୍ର ହେବା ନେଇ କେନ୍ଦ୍ରମନ୍ତ୍ରୀ କହିଥିଲେ । ପରେ ପାଟେଣେଶ୍ବରୀ ମନ୍ଦିର ପହଁଚି ଦର୍ଶନ କରିଛନ୍ତି । ତେଵେ ସର୍କିଟ ହାଉସରେ ଜିଲ୍ଲାପ୍ରଶାସନ ସହ କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ, ବିଧାୟକ ଜୟନାରାୟଣ ମିଶ୍ର ଉପସ୍ଥିତ ରହି ସମୀକ୍ଷା ବୈଠକ କରିଥିଲେ । ପରେ ସହର ଦଲେଇପଡା, ହାଡପଡା, ନନ୍ଦପଡା, ଝାଡୁଆପଡା ଆଦି ହୀରାକୁଦ ଓ ବୁର୍ଲା ପହଚି ମାତା ଦୁର୍ଗାଙ୍କ ପୁଜା ମଣ୍ତପ ବୁଲି ଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।