ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଢେଙ୍କାନାଳ ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ । ଜିଲ୍ଲାରେ ଦିନକୁ ଦିନ ହାତୀ ଉପଦ୍ରବ ବୃଦ୍ଧି ପାଉଛି । ଅନେକ ସମୟରେ ହାତୀ-ମଣିଷ ଲଢେଇରେ ଅନେକ ଜୀବନ ଯାଉଛି । ଯାହାର ପ୍ରତିବାଦରେ ଜିଲ୍ଲା ବିଜେପି ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଜିଲ୍ଲା ବିଜେପିର ନେତା ଓ କର୍ମୀମାନେ ବନଖଣ୍ଡ ଅଧିକାରୀଙ୍କ ଗେଟକୁ ତାଲା ପକାଇବା ସହ ବନ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଡିଏଫ୍ଓଙ୍କୁ ବହିଷ୍କାର ଦାବି କରିବା ସହ ନରହନ୍ତାକୁ ଟ୍ରାଙ୍କୁଲାଇଜ କରିବା ପାଇଁ ଦାବି କରିଛନ୍ତି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ମାଲକାନଗିରି : ଜଳପ୍ରପାତରେ ବୁଡି ୨ ଡାକ୍ତରୀ ଛାତ୍ରୀ ମୃତ, ଜଣେ ନିଖୋଜ । ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ରପ୍ରଦେଶ ଆଲୁରି ଜିଲ୍ଲାରେ ଘଟିଛି ଅଘଟଣ । ଜଳତରଙ୍ଗିନୀ ଝରଣାକୁ ୧୩ ଜଣ ଡାକ୍ତରୀ ଛାତ୍ରଛାତ୍ରୀ ବୁଲିବାକୁ ଯାଇଥିଲେ । ହଠାତ୍ ପ୍ରଖର ସ୍ରୋତର ଜଳ ଆସିବାରୁ ୪ ଜଣ ଝିଅ ଛାତ୍ରୀ ଓ ଜଣେ ଛାତ୍ର ପାଣିରେ ଭାସି ଯାଇଥିଲେ । ସେଠାରୁ ଜଣେ ଛାତ୍ର ଓ ଛାତ୍ରୀଙ୍କୁ ଉଦ୍ଧାର କରଯାଇଥିଲା । ଦୁଇ ଜଣ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ଜଣେ ଛାତ୍ରୀ ଏବେ ବି ନିଖୋଜ ଅଛନ୍ତି ।
ଅଧିକ ପଢନ୍ତୁ ଓଡିଶା ଖବର
ଉଦ୍ଧାର ହୋଇଥିବା ୨ ଜଣଙ୍କୁ ରାଜମହେନ୍ଦ୍ରୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଯାହାଙ୍କ ମଧ୍ୟରୁ ଜଣକ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ତେବେ ଗତକାଲି ସନ୍ଧ୍ୟାରେ ଏହି ଘଟଣା ଘଟିଥିବା ବେଳେ ରାତି ହେବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିଲା । ଆଜି ସକାଳୁ ନିଖୋଜ ଛାତ୍ରୀଙ୍କ ତଲାସି ଜାରି ରହିଛି । ଏହି ଛାତ୍ରଛାତ୍ରୀ ଏଲୁର୍ ମେଡିକାଲ କଲେଜର ବୋଲି ଜଣାପଡିଛି ।
ଅର୍ଗସ ବ୍ୟୁରୋ : ତିନିଦିନିଆ ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟୁୟର୍କରେ ଭାରତୀୟ ସମୁଦାୟକୁ ସମ୍ବୋଧିତ କରି ‘ଏଆଇ’କୁ ଏକ ନୂଆ ଅର୍ଥ ଦେଇଛନ୍ତି। ଲଙ୍ଗ୍ ଆଇଲ୍ୟାଣ୍ଡରେ ଆୟୋଜିତ ‘ମୋଦୀ ଆଣ୍ଡ ୟୁଏସ୍’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି, ‘ମୋ ପାଇଁ ଏଆଇ ଅର୍ଥ ଆମେରିକୀୟ-ଭାରତୀୟ ଏବଂ ଏହି ଭାବନା ହିଁ ଭାରତ-ଆମେରିକା ସମ୍ପର୍କକୁ ଏକ ନୂତନ ଉଚ୍ଚତାକୁ ନେଇଯାଉଛି। ‘ନାସାଉ କୋଲିଜିୟମ୍’ରେ ଅନୁଷ୍ଠିତ ଏହି ବିଶାଳ ଓ ଭବ୍ୟ କାର୍ଯ୍ୟକ୍ରମରେ ୧୫ ହଜାରରୁ ଅଧିକ ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିଥିବା ବେଳେ ୫୦୦ରୁ ଅଧିକ କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ପ୍ରଧାନମନ୍ତ୍ରୀ ‘ଭାରତ ମାତା କୀ ଜୟ’ରୁ ଅଭିଭାଷଣ ଆରମ୍ଭ କରିବା ସହ ‘ନମସ୍ତେ’ ଶବ୍ଦ ଏବେ ସମଗ୍ର ବିଶ୍ବରେ ପରିବ୍ୟାପ୍ତ ବୋଲି କହିଥିଲେ। ପ୍ରବାସୀ ଭାରତୀୟମାନେ ଭାରତକୁ ଆମେରିକା ଓ ଆମେରିକାକୁ ଭାରତ ସହ ଯୋଡ଼ିଛନ୍ତି। ଆପଣଙ୍କ ଦକ୍ଷତା, ପ୍ରତିଭା ଏବଂ ପ୍ରତିବଦ୍ଧତାର କୌଣସି ସୀମା ନାହିଁ ଏବଂ ଏହା ଭାରତ-ଆମେରିକା ସଂପର୍କକୁ ନୂଆ ଶିଖରରେ ପହଞ୍ଚାଇଛି।
ଅଧିକ ପଢନ୍ତୁ : ଆମେରିକା ୱିଲମିଙ୍ଗଟନରେ ଆୟୋଜିତ କ୍ୱାଡ୍ ଶିଖର ସମ୍ମିଳନୀରେ ସାମିଲ୍ ହେଲେ ମୋଦି
ପ୍ରଧାନମନ୍ତ୍ରୀ କହିଛନ୍ତି, ୨୦୨୪ ସମଗ୍ର ବିଶ୍ବ ପାଇଁ ଗୁରୁତ୍ବପୂର୍ଣ୍ଣ। କାରଣ ପୃଥିବୀର ଅନେକ ଦେଶ ମଧ୍ୟରେ ଏବେ ସଂଘର୍ଷ ଲାଗିରହିଛି। ଅନେକ ଦେଶରେ ନିର୍ବାଚନ ହେଉଛି ଏବଂ ଗଣତନ୍ତ୍ରର ଉତ୍ସବରେ ଭାରତ ଓ ଆମେରିକା ଏକାଠି ଅଛନ୍ତି। ଆମେରିକାରେ ଆଗକୁ ନିର୍ବାଚନ ହେବାକୁ ଯାଉଛି ଏବଂ ଭାରତରେ ନିର୍ବାଚନ ଅନୁଷ୍ଠିତ ହୋଇସାରିଛି। ଭାରତରେ ହୋଇଥିବା ନିର୍ବାଚନ ମାନବ ଇତିହାସରେ ସବୁଠାରୁ ବଡ଼ ନିର୍ବାଚନ ଥିଲା। ଯୁକ୍ତରାଷ୍ଟ୍ର ଆମେରିକାର ଜନସଂଖ୍ୟାର ପ୍ରାୟ ଦୁଇଗୁଣ ଲୋକ ଭାରତରେ ମତଦାନ କରିଥିଲେ। ଆଜି ପ୍ରଧାନମନ୍ତ୍ରୀ ନ୍ୟୁୟର୍କଠାରେ ଜାତିସଂଘ ସାଧାରଣ ଅଧିବେଶନରେ ‘ଭବିଷ୍ୟତର ବିଶ୍ବ’ ସମ୍ମିଳନୀରେ ଉଦବୋଧନ ଦେବେ।
ଅର୍ଗସ ବ୍ୟୁରୋ : ଭରତପୁର ଥାନା ଘଟଣା ନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିଥିଲା ଉଚ୍ଚସ୍ତରୀୟ ବୈଠକ। ବୈଠକରେ ଆଲୋଚନା ପରେ ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ମାନ୍ୟବର ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଦ୍ବାରା ଏହି ତଦନ୍ତ ହେବ । ୬୦ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବା ପାଇଁ କମିଶନଙ୍କୁ ଅନୁରୋଧ କରାଯାଇଛି । ଏଥିସହ ହାଇକୋର୍ଟଙ୍କ ପ୍ରତ୍ୟକ୍ଷ ତଦାରଖରେ କ୍ରାଇମବ୍ରାଞ୍ଚ ତଦନ୍ତକୁ ତ୍ବରାନ୍ବିତ କରିବା ପାଇଁ ହାଇକୋର୍ଟଙ୍କୁ ଅନୁରୋଧ କରାଯାଇଛି। ବୈଠକରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଆଡ଼ଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପୋଲିସ ଡିଜି ୱାଇ.ଭି ଖୁରାନିଆ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ଘଟଣାର ସମସ୍ତ ଦିଗ ଉପରେ ଆଲୋଚନା ହୋଇଥିଲା ।
ଅଧିକ ପଢନ୍ତୁ : ଅଭିଯୋଗ ସତ ନା ଭାଇରାଲ ଭିଡିଓ ସତ ?
ଘଟଣାରେ ସଂପୃକ୍ତ ସବୁ ପୋଲିସ ଅଧିକାରୀ ତଥା ଅନ୍ୟ ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ପ୍ରତିଶ୍ରୁତି ଦେଇଛନ୍ତି। ସରକାରଙ୍କ ପକ୍ଷରୁ କୁହାଯାଇଛି ମହିଳା ସମ୍ମାନ, ସୁରକ୍ଷା ଓ ଅଧିକାର ପ୍ରତି ରାଜ୍ୟ ସରକାର ସମ୍ପୂର୍ଣ୍ଣ ଯତ୍ନବାନ ଅଛନ୍ତି। ଘଟଣାରେ ସଂପୃକ୍ତ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କରାଯିବା ସହ ସେମାନଙ୍କ ବିରୋଧରେ କେସ୍ କରାଯାଇଛି । ସଂପୃକ୍ତ ଯୁବକ ମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ କରାଯାଇଛି । ଆଇନ ଅନୁଯାୟୀ ଦୋଷୀସାବ୍ୟସ୍ତ ସମସ୍ତ ବ୍ୟକ୍ତି ବା ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ହୋଇ ପଦକ୍ଷେପ ନେଇଛନ୍ତି।