ଯଦି ପାଦର ଆଙ୍ଗୁଠିଗୁଡ଼ିକ ତେଢ଼ିମେଢ଼ି ହୋଇଥାନ୍ତି ତେବେ ବ୍ୟକ୍ତିଙ୍କ ଭାଗ୍ୟରେ ଦୁଇଥର ବିବାହ ଯୋଗ ରହିଥାଏ । ପାଦର ଆଙ୍ଗୁଠି ଅଧିକ ବଡ଼ ହୋଇଥିଲେ ଏହାକୁ ବୀମାରୀର ପ୍ରତୀକ ଭାବେ ଗ୍ରହଣ କରାଯାଇଥାଏ । ଯଦି ପାଦର ଆଙ୍ଗୁଠିରୁ ଏକ ସିଧା ରେଖା ତଳକୁ ଯାଇଥିବ ତେବେ ବ୍ୟକ୍ତି ବୁଦ୍ଧିମାନ ହୋଇଥାଏ । ଯେତେ କମ୍ ରେଖଥିବ ଜଣେ ସେତେ ଅଧିକ ଭାଗ୍ୟବାନ ହେବ । ପାଦରେ ଅଧିକ ରେଖା ଥିଲେ ଜଣଙ୍କୁ ଜୀବନରେ ଅଧିକ ଜାଲରେ ପଡ଼ିବାକୁ ହୋଇଥାଏ । ଏପରି ଲୋକମାନେ ବହୁତ ପ୍ରୟାସ ପରେ ମଧ୍ୟ ସାଧନ ଯୋଗାଡ଼ କରିବାରେ ଅସମର୍ଥ ହୋଇଥାନ୍ତି ।
ପାଦରେ ଶଙ୍ଖ ବା ଚକ୍ର ରହିଥିଲେ ତାହାକୁ ଅତ୍ୟନ୍ତ ଦୁର୍ଲ୍ଲଭ ଓ ମହାପୁରୁଷଙ୍କ ପାଦ ବୋଲି ଗ୍ରହଣ କରାଯାଇଥାଏ । ପାଦ ଓ ହାତର ସମ୍ପର୍କ ଧନ ଓ ସାମର୍ଥ୍ୟ ସହିତ ଜଡ଼ିତ ଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ପାଦରୁ ଜଣେ ବ୍ୟକ୍ତିର ଯାତ୍ରା ବିଷୟରେ ମଧ୍ୟ ଜଣାପଡ଼ିଥାଏ । ପାଦରେ ଥିବା ଏପରି କିଛି ଚିହ୍ନକୁ ଅତ୍ୟନ୍ତ ଶୁଭ ଭାବେ ବିବେଚନା କରାଯାଇଥାଏ । ପାଦକୁ ଠିକ ରଖି ଧନ ଓ ସ୍ୱାସ୍ଥ୍ୟ ସହିତ ଜଡ଼ିତ ସମସ୍ୟାକୁ ଠିକ୍ କରାଯାଇ ପାରିବ ବୋଲି କୁହାଯାଇଥାଏ ।
ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର: