ଅର୍ଚ୍ଚନା କନୁନଗୋ । ଜାତୀୟ ସ୍ତରର ଖେଳାଳି । ଟାଇକୋଣ୍ଟରେ ବ୍ଲାକ ବେଲ୍ଟ । ଜାତୀୟ- ଅନ୍ତର୍ଜାତୀୟ ସ୍ତରରେ ଖେଳି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଛନ୍ତି । ପିଲାଟି ସମୟରୁ ମେଧାବି। ସବୁଥିରେ ଭଲ ପ୍ରଦର୍ଶନ କରିଛନ୍ତି । ଖେଳ ଠାରୁ ଆରମ୍ଭ କରି ପାଠ ପଢାରେ ଆଗରେ ରହିଛନ୍ତି । ହେଲେ ଭଲ ପାଠ ପଢିବା ସହ ଖେଳରେ ଭଲ କରି ମଧ୍ୟ ଆଜି ତାଙ୍କୁ ସ୍ପୋର୍ଟସ କୋଟାରେ ଚାକିରି ମିଳୁନି ।
ରାଜ୍ୟ ସରକାର କେବଳ କ୍ରୀଡ଼ା ଭିତ୍ତିଭୂମିର ଉନ୍ନତି କରୁଛନ୍ତି ବୋଲି ଦାବି କରୁଛନ୍ତି । ଖେଳାଳିମାନଙ୍କୁ ଗ୍ରୁପ-ଏ, ବି,ସି ଓ ଡି ବର୍ଗର ଚାକିରିରେ 1% ସଂରକ୍ଷଣ ଦିଆଯାଉଛି ବୋଲି ଦର୍ଶାଉଛନ୍ତି । ହେଲେ ମେଧାବୀ ଖେଳାଳିଙ୍କୁ ମିଳୁନି ଚାକିରି ।
ପିଏମଜି ଠାରେ ଆମରଣ ଅନଶନ ଧାରଣାରେ ବସିଛନ୍ତି ଅର୍ଚ୍ଚନା । ଦାବି ପୂରଣ ନେହେଲ ଧାରଣାରୁ ଉଟିବେନି ବୋଲି ଚେତାବନୀ ଦେଇଛନ୍ତି । ଅର୍ଚ୍ଚନାଙ୍କ କହିବା କଥା ପ୍ରଫେସର ପାଇଁ ସବୁ ପ୍ରକାରର ଯୋଗ୍ୟତା ତାଙ୍କ ପାଖରେ ଅଛି । ୟୁଜିସି ଗାଇଡ ଲାଇନ ଅନୁସାରେ ଅଧିକ ମାର୍କ ରହିଛି । ହେଲେ ଚାକିରି କ୍ଷେତ୍ରରେ ଏହାକୁ ଅଯୋଗ୍ୟ କୁହାଯାଉଛି । ବହୁତ ନିରାଶ ହେଲା ପରେ କୋର୍ଟର ଦ୍ୱାରସ୍ଥ ହେଲେ । ଶେଷରେ ତିନୋଟି ବେଞ୍ଚରେ କେସ ସପକ୍ଷରେ ଆସିଥିଲା । ହେଲେ ବିଭାଗୀୟ ସଚିବଙ୍କୁ ଗୋଟିଏ ସପ୍ତାହରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ହେଲେ କିଛି ଦିନ ପରେ ସବୁକିଛି ଓଲଟିଯାଇଥିଲା । ଫଳରେ ଏବେ ନିରାଶ ହୋଇଥିବାବେଳେ ଏତେ ପାଠ ପଢିଲା ପରେ ମଧ୍ୟ ଚାକିରି ପାଇଁ ନ୍ୟାୟ ମାଗିବାକୁ ପଡୁଛି ବୋଲି କହିଛନ୍ତି ।