ରାଜ୍ୟରେ ଚାଷୀଙ୍କ ଆୟ 5 ହଜାର 112 ଟଙ୍କା ଥିବାବେଳେ ରାୟଗଡା ଜିଲ୍ଲାର ଚାଷୀ ଆୟ କେତେ ବୋଲି ପ୍ରଶ୍ନ କରିଥିଲେ ନରସିଂହ । କିନ୍ତୁ ମନ୍ତ୍ରୀ ସିଧାସଳଖ ଉତ୍ତର ନ ରଖି କହିଥିଲେ ଧାନ ସଂଗ୍ରହରେ ରାୟଗଡ଼ାରେ ଚାଷୀଙ୍କ ସଂଖ୍ୟା 21.3 ପ୍ରତିଶତ ବଢିଛି । ଯାହାକି 18-19, 20-21 ବର୍ଷ ତୁଳନାରେ 92 ପ୍ରତିଶତ ଅଧିକ । ମନ୍ତ୍ରୀ ସ୍ପଷ୍ଟ ଉତ୍ତର ଦେଇ ନଥିବା କହି ଅସନ୍ତୋଷ ବ୍ୟକ୍ତ କରିଛନ୍ତି ନରସିଂହ । ଯାହାକୁ ନେଇ ଗୃହରେ କିଛି ସମୟ ପାଇଁ ନରସିଂହ ମିଶ୍ର ଓ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ।
ସେହିପରି ବିଧାନସଭାରେ ଏମଏସପି ତାତି ଦେଖିବାକୁ ମିଳିଥିଲା । ଯାହାକୁ ନେଇ ରାଜା-ବିଷ୍ଣୁ-ତାରା ମୁହାଁମୁହିଁ ହୋଇଥିଲେ । ରାଜ୍ୟ ସରକାର ସବୁ କଥାରେ ମୋ ସରକାର, ମୋ ବସ, ମୋ ସାଇକେଲ କରୁଥିବା ବେଳେ ଚାଷୀଙ୍କ କ୍ଷେତ୍ରରେ ମୋ ଶୀତଳ ଭଣ୍ଡାର କାହିଁକି କରୁନହାଁନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଷ୍ଣୁ ।
ରାଜ୍ୟରେ ସରୁ ଚାଉଳର କେତୋଟି ପ୍ଲାଣ୍ଟ ଅଛି ବୋଲି ପ୍ରଶ୍ନ କରିଛନ୍ତି ବିଷ୍ଣୁ । ବରଗଡ଼ରେ ଯେଉଁ 100 ଟଙ୍କା ବୋନସ୍ ଘୋଷଣା କରିଥିଲ ତାହା କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ବିଷ୍ଣୁ । କାଉଣ୍ଟରରେ ମନ୍ତ୍ରୀ ରାଜା ସ୍ୱାଇଁ କହିଛନ୍ତି, କେନ୍ଦ୍ର ସରକାର ଯାହା ପ୍ରତିଶ୍ରୁତି ଦେଇଥିଲେ ରଖିଲେ ନାହିଁ । ଅନ୍ୟପଟେ କଂଗ୍ରେସର ବିଧାୟକ ତାରା ପ୍ରସାଦ ବାହୀନି ପତିଙ୍କ ଦାବି, ମନ୍ତ୍ରୀ ସଂକଳ୍ପ ଆଣନ୍ତୁ ସମସ୍ତ ବିଧାୟକ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ବୋଲି ସେ କହିଛନ୍ତି ।