ଅର୍ଗସ ବ୍ୟୁରୋ:୨୩ରେ ବାତ୍ୟା,୨୪ ସକାଳ ସୁଦ୍ଧା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଛୁଇଁବା ସମ୍ଭାବନା। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ହେବ ଅତି ପ୍ରବଳ ବର୍ଷା। ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଜଗତସିଂହପୁର ଜିଲ୍ଲାକୁ ରେଡ୍ ଆଲର୍ଟ। ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଜୋରଦାର ପ୍ରସ୍ତୁତି। ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବା ସହ ସତର୍କ ରହିବାକୁ ସବୁ ବିଭାଗକୁ ନିର୍ଦ୍ଦେଶ। ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ SRCଙ୍କ ନିର୍ଦ୍ଦେଶ । ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ କଲେ ବାରଣ।ସେପଟେ ଆଲର୍ଟ ମୋଡରେ ଓଡ୍ରାଫ୍ ଓ NDRF,ସବୁ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କଲେ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାରୀ ନ କରିବାକୁ ଯୋଗାଣ ମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ
ଅର୍ଗସ ବ୍ୟୁରୋ: ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ। ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆଜି ଚାଲିଛି ଜନଶୁଣାଣି। ଲୋକଙ୍କଠାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିଯୋଗ ଶୁଣୁଛନ୍ତି। ଏଥିପାଇଁ ଲୋକଙ୍କ ପ୍ରବଳ ଭିଡ଼ ହେଉଛି। ରାଜ୍ୟରେ ନୂଆ ସରକାର ଦାୟିତ୍ବ ନେବା ପରେ ପୂର୍ବରୁ 16 ବର୍ଷ ଧରି ବନ୍ଦ ଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଖୋଲାଯାଇଛି। ମୁଖ୍ୟମନ୍ତ୍ରୀ ସିଧାସଳଖ ଲୋକଙ୍କଠାରୁ ସେମାନଙ୍କର ସମସ୍ୟା ଓ ଅଭିଯୋଗ ଶୁଣୁଛନ୍ତି। ସାଧାରଣ ଲୋକମାନେ ଭୟ ନକରି ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆସୁଛନ୍ତି, ନିଜ ଗୁହାରି ଜଣାଉଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
ଅର୍ଗସ ବ୍ୟୁରୋ: ଗଞ୍ଜାମ ଜିଲ୍ଲାରେ ବାତ୍ୟା ଭୟ । ସମ୍ଭାବ୍ୟ ବାତ୍ୟାକୁ ନେଇ ଜିଲ୍ଲା ପ୍ରଶାସନର ଗୁରୁତ୍ବପୂର୍ଣ୍ଣ ବୈଠକ | ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ନେତୃତ୍ୱରେ ଚାଲିଛି ବୈଠକ। ଗଞ୍ଜାମ ଜିଲ୍ଲା ରେଡ ଆଲର୍ଟ । ସମସ୍ତ ବିଦ୍ୟୁତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିବାକୁ ନର୍ଦେଶ । ବ୍ଲକ, ତହସିଲ ଓ ଜିଲ୍ଲା ସ୍ତରରେ 247 କଣ୍ଟ୍ରୋଲ ରୁମ ଖୋଲିବ | ସବୁ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳି ସଫା ରହିବା ସହ ସଜାଗ ରଖିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ । ସେପଟେ ସମୁଦ୍ରରେ ମତ୍ସଜୀବୀଙ୍କୁ ବାରଣ । ପାହାଡିଆ ଅଂଚଳ, ସମୁଦ୍ର କୂଳିଆ ଓ ଅଂଚଳକୁ ସ୍ଵତନ୍ତ୍ର ଫୋକସ ଦିଆଯିବ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: