ଅଧିକ ପଢନ୍ତୁ ଓଡ଼ିଶା ଖବର
ଗତକାଲି ଢେଙ୍କାନାଳ ଜିଲ୍ଲା ସପ୍ତଶଯ୍ୟା ପଞ୍ଚାୟତ ସପ୍ତଶଯ୍ୟା ପଡା ଗ୍ରାମର ଦୁଇଜଣ ଯୁବକ ତିଗିରିଆ ଥାନା ଅନ୍ତର୍ଗତ ଖଣ୍ଡହତା ଗ୍ରାମର ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଆସିଥିଲେ । ବୁଲାବୁଲି ସାରି ୪ ଯୁବକ ଗତକାଲି ମଧ୍ୟାହ୍ନ ସମୟରେ ବାଙ୍କୀ ଥାନା ଅନ୍ତର୍ଗ ସହଙ୍ଗା ଗୋପାଳପୁର ଗ୍ରାମ ଦେଇ ପ୍ରବାହିତ ମହାନଦୀକୁ ଗାଧୋଇବାକୁ ଯାଇଥିଲେ । ସେଠାରେ କୌତୁହଳବଶଃତ ହୁଲି ଡଙ୍ଗାରେ ଭିତରକୁ ପଳାଇଥିଲେ । ମାତ୍ର ମଝି ନଦୀରେ ଭାରସାମ୍ୟ ହରାଇ ଡଙ୍ଗାଟି ଓଲଟି ପଡ଼ିଥିଲା ।
ଦୁଇ ଜଣ ପହଁରି କୂଳକୁ ଆସିଥିବା ବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ମାତ୍ର ରଜତଙ୍କ କୌଣସି ପତ୍ତା ମିଳୁ ନ ଥିଲା । ଗତକାଲି ରାତି ସାରା ଅଗ୍ନିଶମ ବାହିନୀ, ଓଡ୍ରାଫ ଟିମ୍, ସ୍କୁବା ଡାଇଭର ଖୋଜାଖୋଜି କରି ବି ରଜତଙ୍କ ଖବର ପାଇ ପାରି ନ ଥିଲେ। ଆଜି ସକାଳୁ ପୁଣି ଥରେ ଅଗ୍ନିଶମ କର୍ମଚାରୀ ଖୋଜାଖୋଜି ଆରମ୍ଭ କରି ମୃତଦେହ ଉଦ୍ଧାର କରିଛନ୍ତି ।