ଘର
ଓଡ଼ିଶା
ଏ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ଆଜି ତାପମାତ୍ରା ଡେଇଁଲା ୪୪ ଡିଗ୍ରୀ
ଏ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ଆଜି ତାପମାତ୍ରା ଡେଇଁଲା ୪୪ ଡିଗ୍ରୀ
by Manini Pattanayak
ଭୁବନେଶ୍ୱର: ପ୍ରଚଣ୍ଡ ତାତିରେ ଆଉଟପାଉଟ ଲୋକେ। ଆଜି ଅସହ୍ୟ ହୋଇଛି ଗରମ। ଏ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ଆଜି ତାପମାତ୍ରା ୪୪ ଡିଗ୍ରୀ ସେଲ୍ସିୟସ ଛୁଇଁଛି। ୪୪.୩ ଡିଗ୍ରୀ ସହ ବୌଦ୍ଧ ପାଲଟିଛି ସର୍ବାଧିକ ଉତ୍ତପ୍ତ ସହର।
ଏହା ତଳକୁ ରହିଛି ବାରିପଦା। ଆଜି ଏଠାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୪.୨ ଡିଗ୍ରୀ ରେକର୍ଡ କରାଯାଇଛି। ଆଜି ରାଜ୍ୟରେ ୩୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ବା ତା’ ଉପରେ ରହିଛି। ସେଥିରୁ ୧୦ଟି ସହରର ତାପମାତ୍ରା ୪୩ ଡିଗ୍ରୀ ବା ତା’ ଉପରେ ରହିଛି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଆହୁରି 3 ଦିନ ଯାଏଁ ଜାରି ରହିବ ଗ୍ରାଷ୍ମ ଲହରୀ ଜାରି ରହିବ।
ଅଧିକ ପଢନ୍ତୁ ଓଡ଼ିଶା ଖବର