ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ବୌଦ୍ଧ ଜିଲ୍ଲା ମନମୁଣ୍ଡା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ବ୍ୟାପକ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି । ମନମୁଣ୍ଡା ପୋଲିସର ଏକ ଟିମ୍ ମନମୁଣ୍ଡା ଥାନା ଶଗଡା ଫାଣ୍ଡି ଅଧିନ ଭରୁଆ ଗ୍ରାମ ନିକଟ ଜଙ୍ଗଲରେ ଚଢ଼ାଉ କରି ବେଆଇନ ଭାବରେ ଚାଷ ହୋଇଥିବା ହଜାର ହଜାର ଗଞ୍ଜେଇ ଗଛକୁ କାଟି ପୋଡ଼ି ନଷ୍ଟ କରିଛି। ଜଙ୍ଗଲର 21ଏକର ପରିମିତ ଜାଗାରେ ବେଆଇନ ଭାବରେ ଚାଷ ହୋଇଥିବା ଖବର ପାଇ ସେଠାରେ ପହଞ୍ଚି ପୋଲିସ 32ହଜାର ଗଞ୍ଜେଇ ଗଛକୁ କାଟି ପୋଡ଼ି ସଂପୂର୍ଣ୍ଣ ନଷ୍ଟ କରିଦେଇଛି । ନଷ୍ଟ ଗଞ୍ଜେଇ ଗଛର ଆନୁମାନିକ ବଜାର ମୂଲ୍ୟ ୧କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି । ଏହାସହ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା ୨ ବର୍ଷରେ ଏହାର ନିର୍ମାଣ ସଂପୂର୍ଣ୍ଣ ହେବ । ଏହି ସେଣ୍ଟରରେ ସାଂସ୍କୃତିକ, ରାଜନୈତିକ, ରାଜନୈତିକ ଏବଂ ବିଭିନ୍ନ ପ୍ରକାରର ପ୍ରଦର୍ଶନୀ ମେଳା ଇତ୍ୟାତି କରାଯିବ। ଏଠାରେ ଓପନ ଥିଏଟର , ହୋଟେଲ, ପାର୍କି ଏବଂ ଫୁଡ୍ କୋର୍ଟର ସୁବିଧା ରହିବ । ୧୦ ହଜାର ଲୋକ ବସି ପାରୁଥିବା କ୍ଷମତା ବିଶିଷ୍ଟ ଏହି କନଭେସନ ସେଣ୍ଟରରେ ବିଭିନ୍ନ ଅଡିଟୋରିୟମ ରହିବ। ଏହି କ୍ୟାମ୍ପସରେ ପଞ୍ଚତତ୍ତ୍ବକୁ ପ୍ରଦର୍ଶିତ କରୁଥିବା ବିଶେଷ ପଞ୍ଚବାଟିକା ଆକର୍ଷଣର କେନ୍ଦ୍ରବିନ୍ଦୁ ରହିବ ।
ବୃନ୍ଦାବନ ଯୋଜନାରେ ବିଶ୍ବସ୍ତରୀୟ ସୁବିଧା ସମ୍ପନ୍ନ ଅନ୍ତର୍ଜାତୀୟ ପ୍ରଦର୍ଶନୀ ତଥା ସମ୍ମିଳନୀ କକ୍ଷ ନିର୍ମାଣ କରାଯିବ । ଏହାର ନିର୍ମାଣ ଦାୟିତ୍ବ ଆବାସ ବିକାଶ ଏବଂ ଏଲଡିଏ ହାତରେ ମିଳିତ ଭାବେ ରହିବ । ରାଜ୍ୟ ସରକାର ଏଥିପାଇଁ ଆର୍ଥିକ ସହଯୋଗ କରିବେ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏନେଇ ସହମତି ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି, ହୋଟେଲ ନିର୍ମାଣ ପାଇଁ ସରକାର ଜମି ସଂରକ୍ଷିତ ରଖିଛନ୍ତି। ଏହି କନଭେସନ୍ ସେଣ୍ଟରର ଡିଜାଇନ୍ ଭାରତୀୟ ସଂସ୍କୃତି ଆଧାରରେ ହେବ। ଡିଫେନ୍ସ ଏକ୍ସପୋ ଆୟୋଜନ ସ୍ଥଳରେ ଏହାର ନିର୍ମାଣ କରାଯିବ ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାରେ ଖଲିସ୍ତାନୀ ଆତଙ୍କୀ ହରଦୀପ ସିଂ ନିଜ୍ଜର ହତ୍ୟାକୁ ନେଇ ଭାରତ ଉପରେ ଦୋଷ ଲଦି ଆସୁଥିବା କାନାଡ଼ା ପିଏମଙ୍କ ଦୋହରା ଚରିତ୍ର ଏବେ ପଦାରେ ପଡିଛି। କନାଡାରେ ଖଲିସ୍ତାନୀ ଆତଙ୍କୀ ହରଦୀପ ସିଂ ନିଜ୍ଜର ହତ୍ୟାକୁ ନେଇ କନାଡା ପାଖରେ ପ୍ରଥମରୁ କୌଣସି ଠୋସ୍ ପ୍ରମାଣ ନଥିବା ସତ୍ତ୍ବେ ଭାରତ ଉପରେ ଦୋଷ ଲଦିଥିବା ସ୍ବୀକାର କରିଛନ୍ତି ଖୋଦ କାନାଡା ପିଏମ ଜଷ୍ଟିନ ଟ୍ରୁଡୋ।
ଇଣ୍ଟେଲିଜେନ୍ସର ସନ୍ଦେହ ଅନୁଯାଇ ସେ ପ୍ରାଥମିକ ଅନୁମାନରୁ ଭାରତ ଉପରେ ଦୋଷ ଲଦିଥିବା ସର୍ବସାଧାରଣରେ ମାନିଛନ୍ତି। ଯାହାକୁ କାନାଡା ପିଏମଙ୍କ ଦାୟିତ୍ବହୀନତାକୁ ପଦାରେ ପକାଇଛି। ସବୁଠୁ ବଡ଼ କଥା ହେଉଛି ଭାରତ ଅନେକ ବର୍ଷ ଧରି କାନାଡାଠୁ ପ୍ରମାଣ ମାଗି ଆସୁଥିଲେ ମଧ୍ୟ ଏହି ପ୍ରମାଣ ଦେବାରେ ଫେଲ୍ ମାରିଛି କାନାଡା। ଆଉ ଏବେ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭାରତବିରୋଧୀଙ୍କ ଭୋଟ ହାତେଇବାକୁ ଚାଲ୍ ଖେଳି ରଚିଛନ୍ତି ବଡ଼ ଷଡ଼ଯନ୍ତ୍ର। ଯାହାର ପର୍ଦ୍ଦାଫାସ୍ ହୋଇଛି। ସେପଟେ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏନେଇ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରାଯାଇଛି।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ନିର୍ବାଚନ ଲଢ଼ିବେ ସମୀର ୱାଙ୍ଖଡେ। ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯନଙ୍କୁ ଗିରଫ କରି ଚର୍ଚ୍ଚାକୁ ଆସିଥିଲେ। ଏକ ଡ୍ରଗ୍ସ ଡିଲ୍ ମାମଲାରେ 2021 ମସିହାରେ ଶାହରୁଖଙ୍କ ପୁଅ ଆରୟନ୍ ଖାନ ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରିଥିଲେ ସମୀର। ସେ ସମୟରେ ସେ ମହାରାଷ୍ଟ୍ରରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ନିର୍ଦ୍ଦେଶକ ଭାବେ ଦାୟିତ୍ବ ତୁଲାଉଥିଲେ। ସେସମୟରେ ମାମଲାକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲେ ମଧ୍ୟ ଆର୍ଯ୍ୟନଙ୍କୁ ଛାଡି ନଥିଲେ ସମୀର। ପାଖାପାଖି ଏକ ମାସ ଜେଲରେ ରହିବା ପରେ ବେଲରେ ବାହାରକୁ ଆସିଥିଲେ ଶାହରୁଖଙ୍କ ପୁଅ। ପରବର୍ତ୍ତୀ ସମୟରେ ସମୀରଙ୍କ ବିରୋଧରେ ଅନେକ କେଳେଙ୍କାରୀର ଅଭିଯୋଗ ସାମ୍ନାକୁ ଆସିଥିଲେ ମଧ୍ୟ ତାହା ପ୍ରମାଣିତ ହୋଇପାରିନଥିଲା।
ତେବେ ଶାହରୁଖଙ୍କ ପୁଅଙ୍କୁ ଗିରଫ କରିଥିବାରୁ ତାଙ୍କ ବିରୋଧରେ ଏଭଳି ମାମଲା ଚଲାଯାଉଥିବାର ସେ ସମୟରେ ଚର୍ଚ୍ଚା ହୋଇଥିଲା। ଆଗକୁ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏ ସବୁ ଭିତରେ ଏକନାଥ ସିନ୍ଦେଙ୍କ ଶିବସେନା ଟିକେଟରେ ସମୀର ନିଜ ପଲିଟିକାଲ ଏଣ୍ଟ୍ରି ଆରମ୍ଭ କରୁଥିବା ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଦଳ ତରଫରୁ ଏଭଳି ଚର୍ଚ୍ଚାକୁ ଖଣ୍ଡନ କରାଯାଇଛି।
ଅଧିକ ପଢ଼ନ୍ତୁ ଦେଶ ଖବର: