ଜଣେ ବିବାହିତ ଯୁବତୀକୁ ଥାନା ପରିସରରୁ ପୋଲିସ ଉପସ୍ଥିତିରେ ମାଡ଼ ମାରିବା ସହ ଉଠାଇ ନେଲେ ଯୁବତୀର ପରିବାର ଲୋକେ । ଗଜପତି ଜିଲ୍ଲା ହିକିରିକୂପ୍ପା ଗ୍ରାମର ରୁନା ନାୟକ ବାଘମାରି ଗ୍ରାମର ଯୁବତୀ ଅଞ୍ଜଳି ରଇତକୁ ଚାନ୍ଦିପୁଟ କଲେଜରେ ପଢିବା ଦିନରୁ ପ୍ରେମ କରୁଥିଲେ । ତେଵେ ଝିଅଘର ଲୋକ ବିବାହ ପାଇଁ ଅରାଜି ହେବାରୁ ପୁଅ ଏବଂ ଝିଅ ଗତ ୨୩ ତାରିଖରେ ମୋହନା ବ୍ଲକ କାର୍ଯ୍ୟାଳୟ ପରିସରରେ ଜି.ପି.ଇ.ଓଙ୍କ ନିକଟରେ ମ୍ୟାରେଜ କରିଥିଲେ । ତେଵେ ଏନେଇ ଝିଅର ପରିବାର ଲୋକେ ମୋହନା ଥାନାରେ ସେପ୍ଟେମ୍ବର ୨୨ ତାରିଖରେ ଝିଅ ନିଖୋଜ ଥିବା ନେଇ ଲିଖିତ ଅଭିଯୋଗ କରିଥିଲେ।
ତେବେ ପୋଲିସ ଆଜି ଉଭୟ ଯୁବତୀ ଏବଂ ଯୁବକକୁ ମୋହନା ଥାନା ହିକିରିକୂପ୍ପା ଗ୍ରାମରୁ ଡକାଇ ମୋହନା ଥାନାକୁ ଆଣିଥିଲେ ତଦନ୍ତ କରୁଥିଲେ । କିନ୍ତୁ ଥାନା ଭିତରକୁ ହଠାତ୍ ଯୁବତୀଙ୍କ ପରିବାର ଲୋକଙ୍କ ସହ ୫୦ ରୁ ଉର୍ଦ୍ଧ ଲୋକେ ଥାନାରେ ଧସେଇ ପଶିବା ସହ ଝିଅକୁ ଟାଣି ଟାଣି ଉଠାଇ ନେଇଥିଲେ । ପୋଲିସ କର୍ମୀ ମନେ ସବୁ ଦେଖି ମଧ୍ୟ ନାଚାର ହୋଇଯାଇଥିଲେ l
ଏହାପରେ ପୁଅର ଗ୍ରାମବାସୀ ପୋଲିସର ନିଷ୍କ୍ରିୟତାକୁ ପ୍ରତିବାଦ କରିବା ସହ ଥାନା ଘେରାଉ କରିଥିଲେ । ତେବେ ମୋହନା ଥାନା ଅଧିକାରୀ ଉପସ୍ଥିତ ନ ଥିବା ହେତୁ ଅଡ଼ବା ଥାନା ଅଧିକାରୀ ବୁଝାସୁଝା କରୁଥିବା ବେଳେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି।