ଏଠାରେ ୫୦ଟଙ୍କା ଠାରୁ ଆରମ୍ଭ କରି ୧୦ହଜାରରୁ ଉର୍ଦ୍ଧ୍ବ ପର୍ଯ୍ୟନ୍ତ ଡିଜାଇନ ଓ୍ବାନ ଗ୍ରାମ୍ ଗୋଲ୍ଡ ଉପଲବ୍ଧ ଥିବାବେଳେ ରାଣୀହାର ଯାହା ପ୍ରତିଟି ମହିଳାଙ୍କ ବେଶୀ ପସନ୍ଦ ସେହି ହାରର ଦାମ୍ ଏଠାରେ ମାତ୍ର ଦୁଇରୁ ୩ହଜାର ଟଙ୍କା ରହିଛି...ଖାଲି ସେତିକି ନୁହେଁ ଶହେ ଦୁଇ ଶହ ପାଞ୍ଚ ଶହ ଟଙ୍କା ମର୍ଯ୍ୟନ୍ତ ରହିଛି ହାତମୁଦିର ଦାମ୍॥ ଯାହାକି ବେଶ ମନଲୋଭା ହୋଇଛି। ତେବେ ସୋ-ରୁମ ଓନର ବିଶ୍ବରଂଜନଙ୍କ କହିବା କଥା ଏଠାରୁ କିଣିଥିବା ଜିନିଷ ସବୁକୁ ୬ମାସର ଗ୍ୟାରେଣ୍ଟି ଦିଆଯାଉଛି। ଯଦି ରଙ୍ଗରେ କୌଣସି ସମସ୍ୟା ଉପୁଜେ ତାହେଲେ ଏହାର ବଦଳାଇ ପୁନର୍ବାର ନୂଆ ଅଳଙ୍କାର ମଧ୍ୟ ନେଇ ପାରିବେ। ସେପଟେ ଏଠାକୁ ଆସୁଥିବା ଗ୍ରାହକ ମାନେ କହିଛନ୍ତି ସୋସିଆଲ ମିଡିଆରୁ ଭିଡିଓ ଦେଖି ଏଠାକୁ ସୁନା କିଣିବାକୁ ଆସିଛୁ। ସୁନା ଦର ଆକାଶ ଛୁଆଁ ହୋଇଥିବା ବେଳେ ୬ମାସର ଗ୍ୟାରେଣ୍ଟି ସହ ମିଳୁଥିବା ଏହି ଓ୍ବାନ ଗ୍ରାମର ଗୋଲ୍ଡ କିଣିବା ପାଇଁ ଲୋକଙ୍କ ଆଗ୍ରହ ଦେଖିବାକୁ ମିଳୁଛି। ତେବେ ଯେଉଁମାନେ ସୁନା ପ୍ରେମୀ ସେମାନେ ତମାଣ୍ଡୋ ଛକରେ ଥିବା ଏହି ଆରକେ ଗୋଲ୍ଡକୁ ଯାଇ ସେମାନେ ସେମାନଙ୍କର ସୁନା ପିନ୍ଧିବାର ସୋପ୍ନକୁ ପୂରଣ କରିପାରିବେ।
ଅଧିକ ପଢନ୍ତୁ ଓଡ଼ିଶା ଖବର