ଶେଷକ୍ଲାସ ଘଣ୍ଟା ବାଜିବାର ସର୍ବାଧିକ ଅଧଘଣ୍ଟା ଭିତରେ ପିଲାଙ୍କୁ କ୍ୟାମ୍ପସ ଛାଡିବାକୁ ପଡିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ଅନୁଷ୍ଠିତ ଵୈଠକରେ ନିଷ୍ପତ୍ତି ନିଆଯାଇଛି । କରୋନା ସ୍ଥିତି ସୁଧୁରୁଥିବାରୁ ଚଳିତ ଶିକ୍ଷାବର୍ଷରୁ ଯୁକ୍ତ ୨ ପ୍ରଥମ ଓ ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ,ସୁରକ୍ଷା ଓ ଶୈକ୍ଷିକ ବାତାବରଣକୁ ଗୁରୁତ୍ବ ଦିଆଯାଇ ଏପରି ନିଷ୍ପତ୍ତି ନିଆଯାଇଛି । ଏହା ବ୍ୟତୀତ ଛାତ୍ରଛାତ୍ରୀମାନେ କ୍ଲାସ ଆରମ୍ଭ ହେବାର ଅଧିକ ସମୟ ପୂର୍ବରୁ ବି କଲେଜ ଆସିପାରିବେ ନାହିଁ । କ୍ଲାସ ଆରମ୍ଭ ହେବାର ଏକଘଣ୍ଟା ପୂର୍ବରୁ ହିଁ କଲେଜ ଆସିବେ । ଏଥିସହ ଛାତ୍ରଛାତ୍ରୀମାନଙ୍କ ପ୍ରାକ୍ଟିକାଲ କ୍ଲାସ ପ୍ରଥମେ କରାଯାଇ ପରେ ଥିଓରି କ୍ଲାସ କରାଯିବ । ଏଥିସହ ଯୁକ୍ତ ୨ ଛାତ୍ରଛାତ୍ରୀ ମାନଙ୍କ ପାଇଁ ରିଟର୍ନ ଆଟେଣ୍ଡାନ୍ସ ବ୍ୟବସ୍ଥା ଲାଗୁ ହେବାକୁ ନିଷ୍ପତ୍ତି ହୋଇଛି । ଯେଉଁଥିରେ ଦୈନିକ ଶେଷ କ୍ଲାସରେ ପିଲାଙ୍କର ଉପସ୍ଥାନ ନିଆଯିବ ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
ଆଉ କଲେଜ ବାରଣ୍ଡାରେ ହେବନି ଖଟି

ଅର୍ଗସ ବ୍ୟୁରୋ : କ୍ଲାସ ସରିବା ପରେ କଲେଜରେ ଖଟି କରିପାରିବେନି ଛାତ୍ରଛାତ୍ରୀ । ଏପରି ନିୟମ ଲାଗୁ କରିଛି ଗଣଶିକ୍ଷା ବିଭାଗ । କଲେଜ କ୍ୟାମ୍ପସରେ ଶୈକ୍ଷିକ ବାତାବରଣ ସୃଷ୍ଟି କରିବାକୁ ଏପରି ପଦକ୍ଷେପ ନେଇଛି ଗଣଶିକ୍ଷା ବିଭାଗ । କଲେଜ ରେ କ୍ଲାସ ସରିବା ପରେ ଅଧିକାଂଶ ପିଲାମାନେ କ୍ୟାମ୍ପସରେ ଖଟି କରୁଥିବା ନଜର ଆସିଥାଏ । କଲେଜରେ ପ୍ରାକ୍ଟିକାଲ ହେଉଥିବାର ମିଛକଥା କହି ପିଲାମାନେ ଅଧିକ ସମୟ କଲେଜରେ ରହି ଖଟି କରନ୍ତି ଓ ବିଳମ୍ବରେ ଘରକୁ ଯାଆନ୍ତି । ଏହାଦ୍ବାରା ଛାତ୍ରଛାତ୍ରୀଙ୍କ ସୁରକ୍ଷା ଜନିତ ବହୁ ସମସ୍ୟା ସୃଷ୍ଟି ହେବା ସହ କ୍ୟାମ୍ପସ ପରିବେଶ ନଷ୍ଟ ହେଉଥିଲା । ଏହାକୁ ଆଖି ଆଗରେ ରଖି ଏପରି ନିଷ୍ପତ୍ତି ନେଇଛନ୍ତି ଗଣଶିକ୍ଷା ବିଭାଗ ।
Download Argus News App
